କୋଟଗଡ଼ ବନାଞ୍ଚଳ ତରଫରୁ ପରିବେଶ ସୁରକ୍ଷା ଓ ଜଙ୍ଗଲ ନିଆଁ ପ୍ରତିକାର ସଚେତନତା ଶିବିର

0
318

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା, (୧୦/୧୨) : ବାଲିଗୁଡା ବନଖଣ୍ଡ ଅଧୀନ କୋଟଗଡ଼ ବନାଞ୍ଚଳ ତରଫରୁ ପରିବେଶ ସୁରକ୍ଷା ଓ ଜଙ୍ଗଲ ନିଆଁ ପ୍ରତିକାର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।0d44182e 0403 488b 89c0 936c1e7222cd କୋଟଗଡ଼ ବନାଞ୍ଚଳ ତରଫରୁ ପରିବେଶ ସୁରକ୍ଷା ଓ ଜଙ୍ଗଲ ନିଆଁ ପ୍ରତିକାର ସଚେତନତା ଶିବିର

କୋଟଗଡ଼ ବନାଞ୍ଚଳ ତରଫରୁ ଜଙ୍ଗଲ କୁ କେମିତ ଭାବରେ ନିଆଁ ଦାଉରୁ ରକ୍ଷା କରିବା ଓ ପୋଡ଼ୁ ଚାଷ ଜଙ୍ଗଲ ସୁରକ୍ଷା ସହିତ ବନ୍ୟପ୍ରାଣୀ ସୁରକ୍ଷିତ ରହିବେ ସେଥିପାଇଁ ସଚେତନ କରାଇଥିଲେ । ଆଜିର ଏହି ପରିବେଶ ସୁରକ୍ଷା ଓ ଜଙ୍ଗଲ ନିଆଁ ପ୍ରତିକାର ସଚେତନ ଶିବିର କୋଟଗଡ଼ ବନବିଭାଗ ରେଞ୍ଜର ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ।

ଆଜିର ଏହି ସଚେତନତା ଶିବିର କୁ ବିଭିନ୍ନ ପଞ୍ଚାୟତ ରୁ ସରପଞ୍ଚ, ନାଏବ ସରପଞ୍ଚ ଓ ୱାଡ଼ ମେମ୍ବର ଯୋଗଦେଇଥିଲେ । ବନ ବିଭାଗ ପକ୍ଷରୁ ଜନ ସାଧାରଣ ଙ୍କୁ ସଚେତନ କରାଇବା ସହ ପୋଡ଼ୁ ଚାଷ ରୁ ବାହାରି କେମିତି ଫଳ, ପନି ପରିବା ଚାଷକରି ପାରିବେ ସେଥି ପାଇଁ ସରକାରୀ ବିଭାଗ ସହଯୋଗ କରିବ । ସଚେତନ ସହ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଓ ଜଙ୍ଗଲ ସୁରକ୍ଷା କରିବାକୁ ଶପଥ ପାଠ କରାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ କୁ ବନ ପାଳ ପ୍ରଭାତ କୁମାର ଦୋରା ସଞ୍ଚାଳନ କରିଥିଲେ |9b52ab2f fcae 420e ac93 f77cae6bf616 କୋଟଗଡ଼ ବନାଞ୍ଚଳ ତରଫରୁ ପରିବେଶ ସୁରକ୍ଷା ଓ ଜଙ୍ଗଲ ନିଆଁ ପ୍ରତିକାର ସଚେତନତା ଶିବିର

କେନ୍ଦୁ ପତ୍ର ରେଞ୍ଜର ସୁଜିତ କୁମାର ସାମଲ, ଷ୍ଟେସନ ଅଧିକାରୀ ଅଗ୍ନିସମ ବିଭାଗ ଭୀମସେନ ବେହେରା, ସାଂସଦ ପ୍ରତିନିଧି ମନୋଜ କୁମାର ସାବତ, ସୁରୁଦା ପ୍ରଧାନ ବିଧାୟକ ପ୍ରତିନିଧି ଆଦି ଉପସ୍ଥିତ ରହି ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତନ ଓ ଜଙ୍ଗଲ ସୁରକ୍ଷା ସମ୍ପର୍କ ରେ ଜନ ପ୍ରତିନିଧି ମାନଙ୍କୁ ଅବଗତ କରି ଥିଲେ ।