ସଂରକ୍ଷିତ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁ ନାହାନ୍ତି : ଗଣଶିକ୍ଷା ମନ୍ତ୍ରୀ

0
140

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୪/୧୨) : ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁନାହାନ୍ତି । ବିଶେଷ କରି ସଂରକ୍ଷିତ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁ ନାହାନ୍ତି ବୋଲି କହିଛନ୍ତିି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଚଳିତ ଡିସେମ୍ବର ମାସରେ ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଯୋଜନା ରଖିଥିଲୁ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୧,୪୦୦ଟି ପଦ ପାଇଁ ବିଜ୍ଞପ୍ତି ବାହାରିଥିଲା । ସେଥିମଧ୍ୟରୁ ୭ ହଜାର ପଦ ପାଇଁ ମନୋନୟନ ସରିଯାଇଛି । ସଂରକ୍ଷିତ ପଦବୀ ପାଇଁ ଅବଶିଷ୍ଟ ୪,୪୦୦ଟି ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳିନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ଗଣ ଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି, ଶିକ୍ଷକମାନଙ୍କ ନିଯୁକ୍ତି ପାଇଁ କଟ୍ଅଫ୍ ମାର୍କ ରଖାଯାଇଥିଲା । ସେହି କଟ୍ଅଫ୍ ମାର୍କ ରେ ବାକି ୪,୪୦୦ ଟି ପଦ ପାଇଁ କେହି ପ୍ରାର୍ଥୀ କ୍ୱାଲିଫାଏ କରିପାରିଲେ ନାହିଁ । ସେଥିପାଇଁ ଆମେ ସପ୍ତାହେ ମଧ୍ୟରେ ଆଉ ଥରେ ବିଜ୍ଞପ୍ତି ପ୍ରକାଶ କରିବୁ । ଯେହେତୁ ସଂରକ୍ଷିତ ବର୍ଗରେ ଆମକୁ ଉପଯୁକ୍ତ ପ୍ରାର୍ଥୀ ମିଳି ନାହାନ୍ତି, ତେଣୁ କ’ଣ କୋହଳ କରାଯାଇପାରିବ ସେ ନେଇ ବିଚାର ବିମର୍ଶ ଚାଲିଛି ।

ମନ୍ତ୍ରୀ କହିଛନ୍ତି, ପ୍ରାଥମିକ ଭାବେ 5T ସ୍କୁଲ ଗୁଡ଼ିକରେ ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ଟାର୍ଗେଟ ରଖିଛନ୍ତି । କେବଳ ସ୍କୁଲ କୋଠା ନବୀକରଣ ନୁହେଁ, ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ନବ ନିଯୁକ୍ତ ଶିକ୍ଷକମାନଙ୍କ ପାଇଁ କଳିଙ୍ଗଷ୍ଟାଡିମରେ ଓରିଏଣ୍ଟେସନ କାର୍ଯ୍ୟକ୍ରମ ରଖାଯାଇଛି । ୧୬ ତାରିଖରେ ଏହି କାର୍ଯ୍ୟକ୍ରମ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଓ ନିଯୁକ୍ତି ପତ୍ର ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।