ଅପରେସନ କ୍ରାଇମ୍‌ କଣ୍ଟ୍ରୋଲ୍‌ ସତ୍ୱେ ଥମୁନି ଅସାମାଜିକ କାର୍ଯ୍ୟକଳାପ

0
207

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୧୪/୧୨) : ଜିଲ୍ଲା ପୋଲିସ ପକ୍ଷରୁ ଅପରେସନ କ୍ରାଇମ୍‌ କଣ୍ଟ୍ରୋଲ୍‌ ଜାରି ରହିଥିବା ବେଳେ ସାରା ସହର ରେ ଘାଇଁ ଘାଇଁ ଚାଲିଛି ପୋଲିସ ପେଟ୍ରୋଲିଂ । ତଥାପି ଥମୁନି ଅପରାଧ । 

ଅପରେସନ କ୍ରାଇମ୍‌ କଣ୍ଟ୍ରୋଲ୍‌ ରେ କେତେକ ପୋଲିସ ପିସିଆର ଗାଡି ରେ ବୁଲିବା ଆଳରେ ବେଆଇନ ମୋଟା କାରବାର ର ମୁଖ୍ୟ ଅଭିଯୁକ୍ତ ଙ୍କୁ ଛାଡି ନାମକୁ ମାତ୍ର କୁଚିଆ ତଥା ସାଧାରଣ କିଛି ଅସମାଜିକ କାରବାର ରେ ସଂଶ୍ଲିଷ୍ଟ ଯୁବକ ଙ୍କୁ ଗିରଫ କରି ମିଥ୍ୟା ବାଃ ବାଃ ନେବାରେ ବ୍ୟସ୍ତ । ଏପରି କି ବଲାଙ୍ଗୀର ର ଜଣେ ଭଦ୍ରବ୍ୟକ୍ତି ଙ୍କୁ ଇତି ମଧ୍ୟରେ ସେ କିଛି ଯୁବକ ତାଙ୍କ ଦୋକାନ ରେ ଠିଆ ହୋଇ ଥିବା ଦେଖି ଉକ୍ତ ଯୁବକ ଙ୍କୁ ସେଠୁ ତଡିଦେଇ ଭିଡ଼ କରୁଛ କହି ଥାନା କୁ ନେଇ କୋର୍ଟ ଚାଲାଣ କରିଥିଲେ ।76a25c6b 741d 4176 8789 0a2ee9670ef5 ଅପରେସନ କ୍ରାଇମ୍‌ କଣ୍ଟ୍ରୋଲ୍‌ ସତ୍ୱେ ଥମୁନି ଅସାମାଜିକ କାର୍ଯ୍ୟକଳାପ

ସେ ବର୍ତ୍ତମାନ ବିନା କାରଣରେ ଜେଲ ରେ ଥିବା ବେଳେ ପୋଲିସ ତାଙ୍କ ବିରୋଧରେ ଅଭିଯୋଗ ଥିଲା ଓ କିଛି ଅସାମାଜିକ ଯୁବକ ତାଙ୍କ ଦୋକାନ କୁ ନିଶା ଜିନିଷ କିଣି ଥିବା ଯୋଗୁଁ ଗିରଫ କଲୁ ବୋଲି କହିଛନ୍ତି । ହେଲେ କୌଣସି ନିଶା ଔଷଧ କିମ୍ବା ଜିନିଷ ମିଳି ନ ଥିବା ଓ ଉକ୍ତ ଯୁବକ ଙ୍କ ଠାରୁ ପାଇଲୁ କହିଛନ୍ତି ।

ଅପରେସନ କ୍ଲିନ ନାମରେ ୯ ଗୋଟି ଟିମ ଗଠନ କରି ନାମକୁ ମାତ୍ର ପାଇଁତରା ମାରିବା ଓ ଚାନ୍ଦା ଆଦାୟ ରେ ମସଗୁଲ ଥିବା ଚର୍ଚ୍ଚା ଜୋର ଧରିଛି । ସେହିପରି ଗତକାଲି ରାତି ୮ଟା ସମୟରେ ସ୍ଥାନୀୟ କଲେଜ ଛକ ଅଂଚଳରେ ଜଣେ ଯୁବକ ସଂଘବଦ୍ଧ ଆକ୍ରମଣ ର ଶିକାର ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡ଼ିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ରହିଛନ୍ତି । ସୂଚନା ଅନୁସାରେ ସ୍ଥାନୀୟ ଖଇରାପଡ଼ାର ରୁଦ୍ର ମନହୀରା (୨୪) ଘରକୁ ଯାଉଥିବା ବେଳେ ହଠାତ୍‌ ଚାରି ପାଞ୍ଚ ଜଣ ଯୁବକ ଧାରୁଆ ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବେହାଲ୍‌ ହୋଇ ପଡ଼ିଥିବା ଯୁବକଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ଲୋକେ ଡାକ୍ତରଖାନାକୁ ପହଂଚାଇଥିଲେ ।

ତେବେ ପୂର୍ବ ଶତ୍ରୁତା ରୁ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଧୀମାନେ ଧରାପଡ଼ିନାହାନ୍ତି । ପୋଲିସ ପକ୍ଷରୁ ତନାଘନା ତଦନ୍ତ ଜାରି ରହିଥିବା ପ୍ରକାଶ ପାଇଛି । ଇତି ମଧ୍ୟରେ ପ୍ରାୟ ୨୭ ଗୋଟି ଏପରି ମାମଲା ରୁଜୁ ହୋଇସୁଧା ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ ନ ଥିବା ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ବୋଲି ଜନ ଅସନ୍ତୋଷ ସୃଷ୍ଟି ହୋଇଛି ।