ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ର ଶିକାର ଯୁବକ ଗୁରୁତର ହୋଇ ବୁର୍ଲା ସ୍ଥାନାନ୍ତରିତ

0
205

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୧୪/୧୨) : ବଲାଙ୍ଗିର କଲେଜ ଛକରେ ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଆକ୍ରମଣ ର ଶିକାର ହୋଇଥିବା ଯୁବକ ଜଣକ ହେଲେ ବଲାଙ୍ଗିର କଲେଜଛକ ଖଇରା ପଡା ର ରୁଦ୍ର ମନହୀରା ।769d4e26 e39e 44ad 90dc 2a0c77716e37 ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ର ଶିକାର ଯୁବକ ଗୁରୁତର ହୋଇ ବୁର୍ଲା ସ୍ଥାନାନ୍ତରିତ

ତାଙ୍କ ମୁଣ୍ଡରେ ଓ ଗୋଡ଼ ହାତରେ ଥିବା ଶକ୍ତ ଆଘାତ ଲାଗିବା ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ରୁଦ୍ର ଗତ କାଲି ରାତି ପ୍ରାୟ ୯ ଟା ସମୟରେ କଲେଜ ଛକରୁ କିଛି ସାମଗ୍ରୀ କିଣିବା ପାଇଁ ଆସିଥିଲେ । ହଠାତ ୫ ରୁ ଉର୍ଦ୍ଧ୍ବ ଯୁବକ ରୁଦ୍ର ଉପରକୁ ଯୋଜନା ବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ ।

ଘଟଣା ସ୍ଥଳରେ ରୁଦ୍ର ଅଚେତ ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ କିନ୍ତୁ ରୁଦ୍ର ର ଅବସ୍ଥା ଗୁରତର ହେବାରୁ ବୁର୍ଲା ମ୍ୟାଡିକାଲ କଲେଜ ସ୍ଥାନାନ୍ତରିତ କରାଯାଇଛି ।

ଏହି ଘଟଣା କୁ ନେଇ ଅନୁମାନ କରାଯାଉଛି ଯେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଇଛି । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ବୋଲି ପ୍ରକାଶ ପାଇଛି ।