ବୌଦ୍ଧ ବ୍ଲକ ରେ ବ୍ଲକ ସ୍ତରୀୟ ମେଗା ଲୋନ ସମନ୍ୱୟ ମେଳା

0
177

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୧୪/୧୨) : ବୌଦ୍ଧ ବ୍ଲକ ରେ ଆଜି ବ୍ଲକ ସ୍ତରୀୟ ମେଗା ଲୋନ ସମନ୍ୱୟ ମେଳାର ଆୟୋଜନ କରାଯାଇଛି | ମିଶନ ଶକ୍ତି ଜରିଆରେ ଏସ ଏଚ ଜି ମହିଳା ମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ବ୍ୟାଙ୍କ ଲୋନ ପ୍ରଦାନ କରାଇବା ଉଦ୍ଦେଶ୍ୟରେ ଏହି ଲୋନ ମେଳା ର ଆୟୋଜନ କରାଯାଇଛି |e4041566 4cd8 472b 9df9 280bc5ad4081 ବୌଦ୍ଧ ବ୍ଲକ ରେ ବ୍ଲକ ସ୍ତରୀୟ ମେଗା ଲୋନ ସମନ୍ୱୟ ମେଳା

ବୌଦ୍ଧ ବ୍ଲକ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ପ୍ରଦୀପ ଅମାତ ଯୋଗ ଦେଇ ଉଦବୋଧନ ଦେଇଥିଲେ | ଏହି ମେଳାରେ ୧୨୩ ଏସଏଚଜି ଙ୍କୁ ୨ କୋଟି ୮୬ ଲକ୍ଷ୍ୟ ଟଙ୍କା ଋଣ ପ୍ରଦାନ କରାଯାଇଛି | ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା, ବିଡିଓ ଦେବୀପ୍ରସାଦ ଦାଶ, ଏଲଡିଏମ ଶ୍ରୀ ରବୀନ୍ଦ୍ର ସେଠି, ଡିପିଏମ ଶ୍ରୀ ଫ୍ରାନସିସ ବାର୍ଲା, ଡିପିସି ଶ୍ରୀ ଦେବଦତ୍ତ ମିଶ୍ର ମଞ୍ଚରେ ଉପସ୍ଥିତ ଥିଲେ | ସିଡିପିଓ ଶ୍ରୀମତୀ ମିନତୀ ଦେଓ ମଞ୍ଚ ପରିଚାଳନା କରିଥିଲେ |

ଏହି ମେଳାରେ ୩୧୨ ଏସଏଚଜି ମହିଳା ତଥା ମିଶନ ଶକ୍ତି ର ବ୍ଲକ ଓ ପଂଚାୟତ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ.ବ୍ଲକ କର୍ମକର୍ତ୍ତା ସତ୍ୟପ୍ରିୟ ବଘର, ବିଜୟ କୁମାର ଭୋଇ ଓ ସସ୍ମିତା ବାଦୀ ସମନ୍ୱୟ ମେଳାର ଆୟୋଜନ ରେ ସହଯୋଗ ପ୍ରଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ |