କୁକୁଡ଼ା ଲଢ଼େଇ ଜୁଆଅଡ୍ଡାରେ ପୋଲିସର ଚଢ଼ାଉ

0
223

ରିପୋର୍ଟ : ଏନ.ସନ୍ତୋଷ କୁମାର //
ବୈପାରିଗୁଡା, (୧୪/୧୨) : ବୈପାରିଗୁଡା ଥାନା ଅର୍ନ୍ତର୍ଗତ ଦୋରାଗୁଡା ଓ ପୁରୁଣାଗଡ ଦୁଇ ଗ୍ରାମରେ ଚାଲୁଥିବା କୁକୁଡ଼ା ଲଢ଼େଇ ଜୁଆଅଡ୍ଡାରେ ପୋଲିସ ର ଚଢ଼ଉ ।5b851316 6b2a 42a0 930e d9774cc0b635 କୁକୁଡ଼ା ଲଢ଼େଇ ଜୁଆଅଡ୍ଡାରେ ପୋଲିସର ଚଢ଼ାଉ

ବୈପାରିଗୁଡା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ କୁକୁଡ଼ା ଲଢ଼େଇ ଆରମ୍ଭ ହୋଇଥିବା ବେଳେ ବୈପାରିଗୁଡା ଥାନା ଅଧିକାରୀ ଦୋରାଗୁଡା ଓ ପୁରୁଣାଗୁଡା ଗାଁ ଠାରେ କୁକୁଡା ଲଢ଼େଇ ଚାଲୁଥିବା ସୂଚନା ପାଇ କୁକୁଡା ଲଢ଼େଇ ସ୍ଥାନରେ ଚଢ଼ାଉ କରିଥିଲେ । ଦୋରାଗୁଡା କୁକୁଡା ଗାଲି ଠାରୁ ଦୁଇଟି ଗଂଜା, ଗୋଟିଏ ଛୁରି ସହ ୪ ଜଣ ଲକ୍ଷ୍ମିକାନ୍ତ ତାରାପୁଟିଆ, ମନଧର ଖରା, ବୈଶ୍ନବ ନାୟକ ଓ ଅଭିମନ୍ୟୁ ବିଷୟୀ ଙ୍କୁ ଗିରଫ କରିଛନ୍ତି ।

ପୁରୁଣାଗଡ କୁକୁଡା ଗାଲି ଠାରେ ଚଢ଼ାଉ କରି ୪ ଜଣ ବ୍ୟକ୍ତି ରାଘବ ହନ୍ତାଳ, ଅଭି ହରିଜନ, ଉପେନ୍ଦ୍ର ବିଷୟୀ, ରବିନ୍ଦ୍ର ସାନ୍ତା ଙ୍କୁ ଗିରଫ କରାଯାଇଥିିବା ନେଇ ବୈପାରିଗୁଡା ଥାନା ଅଧକାରୀ ଇଶ୍ୱର କୁମାର ତାଣ୍ଡି ସୂଚନା ପ୍ରଦାନ କରିଛନ୍ତି ।