ନିଖିଳ ଓଡିଶା EPF ପେନସନ ଆସୋସିଏସନର ଢେଙ୍କାନାଳ ଶାଖାର ୩ୟ ବାର୍ଷିକ ସଭା ଅନୁଷ୍ଠିତ

0
146

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୧୪/୧୨) : ଆଜି ନିଖିଳ ଓଡିଶା EPF ପେନସନ ଆସୋସିଏସନ ର ଢେଙ୍କାନାଳ ଶାଖାର ୩ୟ ବାର୍ଷିକ ସାଧାରଣ ସଭା ସଭାପତି ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 12 15 at 9.15.20 AM ନିଖିଳ ଓଡିଶା EPF ପେନସନ ଆସୋସିଏସନର ଢେଙ୍କାନାଳ ଶାଖାର ୩ୟ ବାର୍ଷିକ ସଭା ଅନୁଷ୍ଠିତ

ନିଖିଳ ଓଡିଶା EPF ପେନସନ ଆସୋସିଏସନ ର ଏହି ବୈଠକ ରେ ଢେଙ୍କାନାଳ ର ବିଭିନ୍ନ କଳକାରଖାନା ଏବଂ ଅନୁଷ୍ଠାନ ମାନଙ୍କରୁ ଅବସର ନେଇଥିବା କର୍ମଚାରୀମାନେ ଯୋଗଦେଇଥିଲେ । ଏହି ସଭାରେ ସର୍ବ ଭାରତୀୟ ସମନ୍ୱୟ କମିଟି ର ଉପସଭାପତି ତଥା ରାଜ୍ୟ ଶାଖା ଜେନେରାଲ ସେକ୍ରେଟାରୀ ଶ୍ରୀ ଭାଗ୍ୟଧର ବ୍ରହ୍ମ, କଟକ ଜିଲ୍ଲା ଶାଖା ସଭାପତି ଶ୍ରୀ ରାଜକିଶୋର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ସଭା ଆରମ୍ଭରେ ଦେଶ ପାଇଁ ସହିଦ ହୋଇଥିବା ଯବାନ ମାନଙ୍କ ପାଇଁ ସେମାନଙ୍କ ଆତ୍ମା ର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ୨୦୧୨ ଏବଂ ୨୦୧୩ ଦୁଇ ବର୍ଷ ପାଇଁ ୧୫ ଜଣ ନୂତନ କର୍ମକର୍ତା ଙ୍କୁ ସର୍ବ ସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା ।