ବୋରିଗୁମ୍ମା ଅବକାରୀ ବିଭାଗ ଓ ପୁଲିସର ମିଳିତ ଚଢାଉ,୨୦ ଲିଟର ଦେଶୀ ମଦ ସହ ଜଣେ ଗିରଫ

0
209

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋରାପୁଟ, (୧୭/୧୨) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅବକାରୀ ବିଭାଗ ତରଫରୁ ବୋରିଗୁମ୍ମା ବ୍ଳକର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀ ମଦ ଜବତ ସହ ଜଣକୁ ଗିରଫ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

କୋରାପୁଟ ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ବୋରିଗୁମ୍ମା ଅବକାରୀ ବିଭାଗ ଓ ବି. ସିଂହପୁର ପୁଲିସ ମିଳିତ ଭାବେ ବି. ସିଂହପୁର ଥାନା ଅନ୍ତର୍ଗତ ମୁଣ୍ଡାଗୁଡା ଓ ଭିତରବଡି ଗ୍ରାମରେ ଚଢାଉ କରି ୩୮୦ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ୪୭୫୦ ଲିଟର ମହୁଲି ପୋଚ ଘଟଣା ସ୍ଥଳରେ ସଂପୂର୍ଣ୍ଣ ନଷ୍ଟ କରିଥିବା ଜଣାପଡିଛି ଏବଂ ୨୦ ଲିଟର ଦେଶୀ ମଦ ସହ ଜଣକୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ମୁଣ୍ଡାଗୁଡା ଗ୍ରାମର ବୋଲି ସୂଚନା ମିଳିଛି ।9b8cf853 337c 4840 8ebc 08a823242dea ବୋରିଗୁମ୍ମା ଅବକାରୀ ବିଭାଗ ଓ ପୁଲିସର ମିଳିତ ଚଢାଉ,୨୦ ଲିଟର ଦେଶୀ ମଦ ସହ ଜଣେ ଗିରଫ

ପ୍ରକାଶ ଥାଉକି ବୋରିଗୁମ୍ମା ବ୍ଳକର ଏହି ଗ୍ରାମ ଗୁଡିକରେ ଜଙ୍ଗଲ, ପାହାଡ ଓ ଦୁର୍ଗମ ଅଞ୍ଚଳର ସୁଯୋଗ ନେଇ ଛୋଟ ଛୋଟ ଦେଶୀ ମଦ ଭାଟି ତିଆରି କରି ବ୍ଲକର ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ ଚାଲିଥିବାରୁ ଗ୍ରାମାଞ୍ଚଳର ନିରୀହ ଲୋକେ ଏହାର ଶୀକାର ହୋଇ ଚାଲିଛନ୍ତି ।

କୌଣସି ସୂତ୍ରରୁ ଖବର ପାଇ ବୋରିଗୁମ୍ମା ଅବକାରୀ ବିଭାଗ, ବି. ସିଂହପୁର ଥାନା, D.F.S., କୋରାପୁଟ ,A.P.R.ଏବଂ ଅତିରିକ୍ତ ତହସିଲଦାର, ବୋରିଗୁମ୍ମା ମିଳିତ ଭାବେ ଚଢାଉ କରିଥିବା ଜଣା ପଡିଛି । ଆଗକୁ ଏହିପରି ଚଢାଉ ଜାରି ରହିବ ବୋଲି ବୋରିଗୁମ୍ମା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ କେ. ତ୍ରିପତି ପଟ୍ଟନାୟକ ସୂଚନା ଦେଇଛନ୍ତି ।