କାଶୀନଗର ବ୍ଲକ ଅଫିସ୍ ରେ ମିଶନ ଶକ୍ତି ର ଋଣ ମେଳା

0
285

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୮/୧୨) : ଆଜି କାଶୀନଗର ବ୍ଲକ ଅଫିସ୍ ଠାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଏକ ମେଗା ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ଶ୍ରୀ ଦିଲୀପ ମହାରଣା ଓ ସଭାପତି ଭାବେ ବିଡ଼ିଓ ଡ୍. ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ଯୋଗ ଦେଇଥିଲେ ।

ଏତଦ୍ ବ୍ୟତୀତ ସଂପୃକ୍ତ ମହିଳା ସଶକ୍ତି କରଣ ବିଭାଗ ସହ ଜଡ଼ିତ ସମସ୍ତ ପଦାଧିକାରୀ ଏହି କାର୍ଯ୍ୟ କ୍ରମ ରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ୧୦୫ ଟି ମହିଳା ଗୋଷ୍ଠୀ ଯୋଗ ଦେଇଥିଲେ ଏବଂ ୧୦୫ ଟି ଗୋଷ୍ଠୀ କୁ ୨୧୩.୭୦ ଲକ୍ଷ ଟଙ୍କାର ଋଣ ମଞ୍ଜୁର ପତ୍ର ବଣ୍ଟନ କରାଯାଇଥିଲା ।ସି ଆଇ ଏଫ୍ ଲୋନ ୧୨,୫୦୦ ୨୪ ଟି ଗ୍ରୁପ୍ କୁ ଦିଆଯାଇଥିଲା । ଆର୍ ଏଫ୍ ଲୋନ ୨,୫୦ ,୦୦୦ ମୋଟ ୨୨୮.୬୫ ଲକ୍ଷ ରୁଣ ପ୍ରଦାନ କରାଯାଇଥିବା କାଶୀନଗର ବ୍ଲକ ଅଫିସ୍ ବିଡ଼ିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଉପ ଜିଲ୍ଲାପାଳ ଶ୍ରୀ ମହାରଣା ଗଣମାଧ୍ୟମ କୁ ସୂଚନା ଦେଇଥିଲେ କି ମହିଳା ମାନେ ସଶକ୍ତିକରଣ ହେଲେ ପରିବାର ତାପରେ ଗ୍ରାମ ର ଉନ୍ନତି ହେବ ।

ମହିଳା ମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ । ବ୍ୟାଙ୍କ୍ ମାନେ ଋଣ ଦେଲାବେଳେ ଟାଳ ତୁଲ ନୀତି ଅବଲମ୍ବନ କରୁଥିବା ପ୍ରଶ୍ନ କୁ ଶ୍ରୀ ମହାରଣା ସେଥିପାଇଁ ମନିତରିଂ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ । ମହିଳା ମାନେ ଆତ୍ମ ନିର୍ଭର ଶିଳ ହେଲେ ପରିବାର ରେ ଅର୍ଥନୈତିକ ପରିବର୍ତ୍ତନ ହେବ ବୋଲି ଶ୍ରୀ ସାହୁ କହିଛନ୍ତି ।

ଆହୁରି ମଧ୍ୟ ଜଣାଯାଇଛି କି ଏନ୍ ଏ ସି ର ୧୩ ଟି ୱାର୍ଡ ରେ ୧୩ ଟି ମିଶନ ଶକ୍ତି ଗୃହ ନିର୍ମାଣ କରାଯିବ, ରାଜ୍ୟ ସରକାର ମହିଳା ମାନଙ୍କୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଠିକା କାର୍ଯ୍ୟ କରିବା ପାଇଁ ୨୫ ହଜାର ବି କୋଟି ଟଙ୍କା ଖର୍ଚ୍ଚ କରାଯିବା ସହ ୨୦ ଟି ବିଭାଗ କୁ ଏଥିରେ ଯୋ ଡ଼ା ଯାଇଛି ବୋଲି ଶ୍ରୀ ମହାରଣା ସୂଚନା ଦେଇଛନ୍ତି ।