ଟୋକେନ୍ କମ ଆସିଥିବାରୁ ଚାଷୀଙ୍କ ବିକ୍ଷୋଭ

0
269

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, ତା(୨୦/୧୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ଟୋକେନ୍ କମ ଆସିଥିବାରୁ ଧାନ କିଣା ବିକାରେ ଦିନ କୁ ଦିନ ଚାଷୀ ମାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପ୍ରାୟ ଚାଷୀ ଙ୍କୁ ଟୋକନ୍ ମିଳି ନ ଥିବା ଯୋଗୁଁ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ୍ ଧାନ ଖୋଳାରେ ପଡିରହିଛି ।

ଶିତ କାକରରେ ଚାଷୀ ଜଗିବସିଥିବା ଦେଖିବାକୁ ମିଳୁଛି । ଏଥିରେ ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ବହୁତ ଚାଷୀଙ୍କର ରେଜିଷ୍ଟ୍ରେସନ ହୋଇପାରିନାହିଁ ଏବଂ ଟୋକେନ୍ କମ ଆସିଥିବାରୁ ଠିକ୍ ଭାବେ ଟୋକେନ୍ ମଧ୍ୟ ମିଳି ପାରିନାହିଁ । ଏହି ଭଳି ସମସ୍ୟା ଯୋଗୁଁ ମଣ୍ଡି ଖୋଲିବା ଦିନ ଠାରୁ ଆଜି ଯାଏଁ ଧାନ କିଣା ହୋଇପାରୁନାହିଁ । ଯାହା ଫଳରେ ଚାଷୀ ଦଲାଲ ଙ୍କ ଶିକାର ହେଉଛନ୍ତି । ଏହି ସମସ୍ୟା କୁ ନେଇ ଆଜି ଅସନ୍ତୁଷ୍ଟ ଚାଷୀ ମାନେ ଏକତ୍ରିତ ହୋଇ ମାଣ୍ଡିର ଅବ୍ୟବସ୍ଥା କୁ ନେଇ ସ୍ଥାନୀୟ ତହସିଲଦାର ଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ଦେବୁ ବୋଲି ଚାଷୀ ପ୍ରକାଶ କରିଛନ୍ତି ।bc562f00 850a 469a afc3 862f9cfc05fa ଟୋକେନ୍ କମ ଆସିଥିବାରୁ ଚାଷୀଙ୍କ ବିକ୍ଷୋଭ

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ମାତ୍ର ଧାନ ବିକ୍ରି ଭଳି ଚାଷୀଙ୍କ ମୂଳ ସମସ୍ୟା ର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଯାହା ଫଳରେ ଏହିସବୁ ଫାନ୍ଦ ଭିତରେ ଚାଷୀ ଫସିଯାଉଛି । ଆଗାମୀ ଦିନରେ ଏହିଭଳି ସମସ୍ୟା ଯଦି ଲାଗି ରହେ ତାହା ହେଲେ ବାଧ୍ୟ ହୋଇ ରାଜରାସ୍ତା କୁ ଓହ୍ଲାଇବୁ ବୋଲି ଚାଷୀ ଚେତାବନୀ ଦେଇ ବୁଡ଼ାଗୁଡା ଆର ଏମସି ଗୋଦାମ ସମ୍ମୁଖରେ ଚାଷୀ ବିକ୍ଷୋଭ କରୁଥିବା ବେଳେ ସ୍ଥାନୀୟ ପୁଲିସ ମୁତୟନ ରହି ଉପସ୍ଥିତ ଥିବା ଚାଷୀ ଟି ଚନ୍ଦ୍ର ଶେଖର, ରଞ୍ଜିତ ନାୟକ, ଚିତ୍ତରଞ୍ଜନ ଗାଣ୍ଟା ଓ ଚାମିଆ ଲରା ସମେତ ବହୁ ଚାଷୀ ଙ୍କୁ ବୁଝାମଣା ଫେରାଇଥିଲେ ।