ଜଙ୍ଗଲ ଜମି ପଟ୍ଟା ବଣ୍ଟନ ଜନସମ୍ପର୍କ ଶିବିର

0
286

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୦/୧୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ତହସିଲ କାର୍ଯ୍ୟାଳୟ ପରିସରରେ ମନ୍ତ୍ରୀ ଙ୍କ ଜନ ସମ୍ପର୍କ ଶିବିର ବା ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି ।d128cef0 5eaa 4e37 a649 62e49946b872 ଜଙ୍ଗଲ ଜମି ପଟ୍ଟା ବଣ୍ଟନ ଜନସମ୍ପର୍କ ଶିବିର

ଏଥିରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୯୦ ଟି ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି । ବିଡ଼ିଓ ସୁଧାକର ରଇତ, ତହସିଲଦାର ଦେବାଶିଷ କର ମଞ୍ଚାସିନ ରହିଥିଲେ । ଏଥିରେ ପୂଜାରୀ ଗୁଡା, ମାଝୀଗୁଡା, ପଲମା ଓ ସୁନାଖଣ୍ଡି ପଞ୍ଚାୟତ ର ପ୍ରାୟ ୨୯୦ ଟି ଜଙ୍ଗଲ ଜମି ପଟା ବଣ୍ଟନ କରିଥିଲେ । ତହସିଲ କାର୍ଯ୍ୟାଳୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ବିଜେଡି ଦଳୀୟ ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ ।598dddbc 85bc 4ec6 8f50 15115006d030 ଜଙ୍ଗଲ ଜମି ପଟ୍ଟା ବଣ୍ଟନ ଜନସମ୍ପର୍କ ଶିବିର