ତ୍ୟାଗୀ ଗିରିବର ଦାସ ଙ୍କ ଦେହାନ୍ତ

0
181

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୧/୧୨) : ବୌଦ୍ଧ ସଦର ବ୍ଲକ ତାଳସରଡ଼ା ପଞ୍ଚାୟତ ଡମ୍ବରୁଗଡ଼ ମଠ ର ମହନ୍ତ ତ୍ୟାଗୀ ଗିରିବର ଦାସ ଆଜି ଭୋର ସମୟରେ ମୋକ୍ଷ ପ୍ରାପ୍ତି ହୋଇଥିଲେ l ମହାନଦୀ ଘାଟରେ ସାଧୁ ସମାଜ ରୀତିନୀତି ପ୍ରକାରେ ଶେଷ କୃତ ସମ୍ପନ୍ନ ହୋଇଯାଇଛି l

ତ୍ୟାଗୀ ଗିରିବର ଦାସ ଙ୍କ ଦେହାନ୍ତ ଖବର ପାଇ ଶତାଧିକ ସାଧୁ ସନ୍ଥ, ଭକ୍ତ ଶିଷ୍ୟ ମାନଙ୍କ ସମାଗମ ହୋଇଥିଲେ l ସିଦ୍ଧ ମଠ ପରିଚାଳନା କମିଟି ର ସଭାପତି ପୋ୍ୟଧର ମହାକୁଡ଼, ଉପ ସଭାପତି ବବି ରଥ, ଦାମୋଦର ସାହୁ, ଚେତ୍ତାରାମ ପଟ୍ଟନାୟକ, ସଭ୍ୟ ଶମ୍ଭୁ ଗିରି, ବିଶିକେସନ ପ୍ରଧାନ କୃତ୍ତିବାସ ପଲିଆ, ଦାଶରଥି ମହାକୁଡ଼ଙ୍କ ସମେତ ପୁରୀ ମଠ ମହନ୍ତ ଵଂଶୀଧର ଦାସ, ସମ୍ବଲପୁର ମଠ ଶ୍ରୀହୃଷିକେଶ ଦାସ ମହାରାଜ, କଣ୍ଟାବାଞ୍ଜି ମଠ ର ମହନ୍ତ, ବେଲପଡା ମଠ ମହନ୍ତ, ଧମା ମଠ ର ମହନ୍ତ, ରାଣୀ ମଠ ମହନ୍ତଙ୍କ ଉପସ୍ଥିତରେ ଶିଷ୍ୟ ସିୟାରାମ ଦାସ, ସର୍ବେଶ୍ୱର ଦାସ, ନରସିଂହ ଦାସ, ସେବକ ଦାସଙ୍କ ଦ୍ୱାରା ଶେଷ କୃତ ସମ୍ପନ୍ନ ହେଲା l

ଆସନ୍ତା ଜାନୁୟାରୀ ୨ ତାରିଖରେ ଶ୍ରାଦ୍ଧ ମହୋତ୍ସବ ଆୟୋଜିତ କରିବାକୁ ସୀତାରାମ ପରିବାର ତରଫରୁ ନିଷ୍ପତ୍ତି ହୋଇଥିଲା l ସନ୍ଧ୍ୟା ରେ ପରିଚାଳନା କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ମହୋତ୍ସବ ପ୍ରସ୍ତୁତି ଓ ମଠ ପରିଚାଳନା ନିମନ୍ତେ ଆଲୋଚନା ହୋଇଥିଲା l