ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରୋଡ ନିର୍ମାଣ ରେ ସବୁ ନିୟମ କୁ ଫୁ

0
202

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୧୨) : କାଶୀନଗର ବ୍ଲକ ର ଖାନ୍ଦାବା ଠାରୁ ଏପମାନ ଗୁଡା ପର୍ଯ୍ୟନ୍ତ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ଯେମିତି ସବୁ ନିୟମ କାନୁନ୍ କୁ ଫୁ କରାଯାଇଛି, ତାହାର ଉଦାହରଣ ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗ ପାଖରେ ରହିଛି ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରୋଡ ନିର୍ମାଣ ରେ ଅନିୟମିତତା ବିଷୟରେ କିଛି ସ୍ଥାନୀୟ ବ୍ୟକ୍ତି ଓ ଲୋକ ପ୍ରତିନିଧି ଙ୍କ ଅଭିଯୋଗ ପାଇବା ପରେ କାଶୀନଗର ବ୍ଲକ ର ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟ ହେଉଥିବା ଯାଗାକୁ ଯାଇ ସ୍ଥିତି ପରଖୁ ଥିବା ବେଳେ, ଦାୟିତ୍ୱରେ ଥିବା ଠିକାଦାର କିମ୍ବା କନିଷ୍ଠ ଯନ୍ତ୍ରୀ ସେଠାରେ ନ ଥିଲେ । କେବଳ ସୁପର ଭାଇଜର ଥିଲେ ।

ସେ ସାମ୍ବାଦିକ ଙ୍କୁ ଦେଖି ଘବେରାଇ ଯାଇ ଅସଦ ବ୍ୟବହାର କଲେ । ସେଠାରେ ବାଲ୍ ଶ୍ରମିକ କାର୍ଯ୍ୟ କରୁଥିବା, ମୋରମ୍ ବଦଳ ରେ ବିଲ ର ମାଟି ପକାଇବା ଓ ଜଙ୍ଗଲ ବିଭାଗ ର ମୂଲ୍ୟବାନ ଗଛ ହାଣିଦେଇ ପକାଇବା ଦେଖାଯାଇଥିଲା । କନିଷ୍ଠ ଯନ୍ତ୍ରୀ ଙ୍କ କହିବା ହେଲା ଠିକାଦାର ଏଗ୍ରିମେଣ୍ଟ ପ୍ରକାରେ କାମ କରିବେ ନଚେତ୍ ବିଲ ବନ୍ଦ ହେବ ବୋଲି ଅତି ଖମ୍ ଖିଆଲୀ ଭାବେ କହିଛନ୍ତି ।

ସରକାର ପାଖ ପାଖି ୩ କୋଟି ଟଙ୍କା ବ୍ୟୟରେ ଏହି ରୋଡ ନିର୍ମାଣ କରୁଥିବା ବେଳେ, ଏସବୁ କୁ ଫୁ କରି ସରକାର ଙ୍କ ରାଜସ୍ବ ଫାଙ୍କି ପୁରୁଣା ଜେଶିବି ଗାଡ଼ି ରେ ଅନ୍ଧ କାନୁନ ରେ ଏହି ନିର୍ମାଣ କାର୍ଯ୍ୟ ଚାଲିଛି । ଏଣୁ ନିର୍ବାହୀ ଯନ୍ତ୍ରୀ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି, ନଚେତ୍ ଏସ. ଇ ଏହାର ତଦନ୍ତ କରିବାକୁ ଜନ ପ୍ରତିନିଧି ମାନେ ଦାବୀ କରିଛନ୍ତି ।