ପ୍ରଧାନୀ ଗୁଡ଼ା ଗାଁ ର ଧାନ ଗଦାରେ ନିଆଁ ଲାଗିଲା

0
294

ରିପୋର୍ଟ : ଅକ୍ଷୟ କୁମାର ପିଡିସିକା //
କଲ୍ୟାଣସିଂହପୁର, (୨୩/୧୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀ ଗୁଡ଼ା ଗାଁ । ଗାଁ ର ଦୁଇଜଣଙ୍କ ପ୍ରାୟ ୨୭ ପେକେଟ ଧାନ ପୋଡିଯାଇଥିବା ଦେଖିବାକୁ ମିଳିଛି ।168fbcdb 51fd 45b1 ba70 888db80c2359 ପ୍ରଧାନୀ ଗୁଡ଼ା ଗାଁ ର ଧାନ ଗଦାରେ ନିଆଁ ଲାଗିଲା

ଖବର ନେବାରୁ ଜଣାପଡିଲା ଯେ ପ୍ରଧାନୀ ଗୁଡ଼ା ଗାଁ ର ସୌନ୍ଦର୍ଯ୍ୟ ସୁନା ଓ ରବି ମହାନନ୍ଦିଆ ଦୁଇ ପରିବାର ମିଶି ଧାନ ଖଳା କରିଥିଲେ । ଆଜି ବିଲରେ ମିଶିନ ରେ ଧାନ କାଟି ଖଳାରେ ଗଦା କରି ମଧ୍ୟାହ୍ନ ରେ ଘର କୁ ଖାଇବାକୁ ଯାଇଥିଲେ । ସେତେ ବେଳେ ଖଳାରେ ଛୋଟ ପିଲା ମାନେ ରହିଥିଲେ । ଅଚାନକ ଗଦା ହୋଇଥିବା ଧାନଗଦା ରୁ ନିଆଁ ଲାଗି ଧୂଆଁ ବାହାରିଥିବା କିଛି ଲୋକ ଦେଖି ରବି ଓ ସୁନା କୁ ଡାକିଥିଲେ । ଗ୍ରାମବାସୀ ମିଳିତରେ କିଛି ଧାନ ବାହାର କରି ନିକଟସ୍ଥ ନାଳରୁ ପାଣି ଆଣି ନିଆଁ କୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ।c00e2ba4 d946 43d0 8bbe ba2192a00578 ପ୍ରଧାନୀ ଗୁଡ଼ା ଗାଁ ର ଧାନ ଗଦାରେ ନିଆଁ ଲାଗିଲା

ଅନ୍ୟ ପଟେ କମଳ ସୁନା ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରି ଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ର ଓ ଆଇ ସି ବଳରାମ ବେହେରା ଙ୍କ ନେତୃତ୍ୱରେ ଏକ ଦଳ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏଥିରେ ଆନୁମାନ କରାଯାଉଛି ସୌନ୍ଦର୍ଯ୍ୟ ସୁନାଙ୍କ ୧୨ ପେକେଟ ଓ ରବି ମହାନନ୍ଦିଆଙ୍କ ୧୫ ପେକେଟ ଧାନ ପୋଡି ଯାଇଥିବା ଜଣାପଡିଛି ।