କନିଷ୍ଠ ଯନ୍ତ୍ରୀଙ୍କ ବଦଳି ନ ହେଲେ ପଂଚାୟତ କାର୍ଯାଳୟରେ ତାଲା ଝୁଲିବ

0
215

ରିପୋର୍ଟ : ଏନ.ସନ୍ତୋଷ କୁମାର //
ବୈପାରୀଗୁଡା, (୨୭/୧୨) : କନିଷ୍ଠ ଯନ୍ତ୍ରୀଙ୍କ ବଦଳି ନ ହେଲେ ପଂଚାୟତ କାର୍ଯାଳୟରେ ତାଲା ଝୁଲିବ l ଏପରି ଏକ ଚେତାବନୀ ଦେଇଛନ୍ତି ଚିପାକୁର ପଂଚାୟତ ବାସି l ବୈପାରୀଗୁଡା ପଂଚାୟତ ସମିତି କାର୍ଯାଳୟ ଠାରେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ବିଡ଼ିଓଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ଚିପାକୁର ପଂଚାୟତ ବାସି l21fef1a5 17cd 4d9a 9e3d f1bc5e0b6bd2 କନିଷ୍ଠ ଯନ୍ତ୍ରୀଙ୍କ ବଦଳି ନ ହେଲେ ପଂଚାୟତ କାର୍ଯାଳୟରେ ତାଲା ଝୁଲିବ

ସେମାନଙ୍କ ଅଭିଯୋଗ ଅନୁଯାୟୀ ଗତ କିଛି ଦିନ ପୂର୍ବେ ଚିପାକୁର ପଂଚାୟତରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ଦାବୀ ନେଇ ବ୍ଲକ କାର୍ଯାଳୟ ସମ୍ମୁଖରେ ଦୁଇ ଦିନ ଧରି ଧାରଣାରେ ବସିଥିଲେ ଅଂଚଳବାସି l ହେଲେ ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବି ଶତପଥୀଙ୍କ ପ୍ରତିଶୃତି କ୍ରମେ ଅଂଚଳବାସି ଧାରଣାରୁ ଅହୋରି ଥିଲେ କିନ୍ତୁ ବିଡ଼ିଓଙ୍କ ପ୍ରତିଶୃତି ଅନୁଯାୟୀ ଯନ୍ତ୍ରୀଙ୍କ ବଦଳି ନ ହେବା ଘଟଣାକୁ ନେଇ ପୁଣି ଅଂଚଳବାସି ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନର ଅବହେଳା ଯୋଗୁଁ ଅଂଚଳର ବିକାଶମୂଳକ କାର୍ଯ୍ୟରେ ବାଧା ଉପୁଜୁଛି ବୋଲି ମତ ରଖିଛନ୍ତି l ଯଦି ଚାରି ଦିନ ମଧ୍ୟରେ ଯନ୍ତ୍ରୀଙ୍କ ବଦଳି ନହେଲେ ଆଗାମୀ ଜାନୁଆରୀ ଏକ ତାରିଖ ଦିନ ପଂଚାୟତ କାର୍ଯାଳୟରେ ତାଲା ଝୁଲିବ ବୋଲି ଅଂଚଳବାସି ଚେତାବନୀ ଦେଇଛନ୍ତି l