ବୈପାରୀଗୁଡା ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ : ୨ ଗିରଫ

0
170

ରିପୋର୍ଟ : ଏନ. ସନ୍ତୋଷ
ବୈପାରୀଗୁଡା,(୦୮/୧୧) : ବୈପାରୀଗୁଡା ପୋଲିସ ଦ୍ୱାରା ଟାଙ୍ଗିଣିଗୁଡା ଛକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିବା ଜୟପୁର ଏସଡିପିଓ ଅରୂପ ଅଭିଶେକ ବେହେରା ବୈପାରୀଗୁଡା ଥାନାରେ ଏକ ପ୍ରେସମିଟ ରେ ସୂଚନା ଦେଇଛନ୍ତି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୟପୁର ଏସଡିପିଓଙ୍କ ନିର୍ଦ୍ଦେଶ ରେ ବୈପାରୀଗୁଡା ଥାନା ଅଧିକାରୀ ଈଶ୍ୱର ତାଣ୍ଡିଙ୍କ ନେତୃତ୍ୱରେ ଏକ ଟିମ ଟାଙ୍ଗିଣିଗୁଡା ଛକରେ ଗାଡି ଯାଞ୍ଚ କରୁଥିଲେ l ହେଲେ ସେହି ସମୟରେ ଜୟପୁର ଅଭିମୁଖେ ଯାଉଥିବା ଏକ ପିକଅପ ଭେନରେ ବିପୁଳ ପରିମାଣର ଗଞ୍ଜେଇ ଚୋରି ଚାଲାଣ ବେଳେ ବୈପାରୀଗୁଡା ପୋଲିସ ଦ୍ୱାରା ଧରାପଡ଼ିଛି l ପିକଅପ ଭେନରୁ ସମୁଦାୟ ୮୯୭ କିଲୋ ଗଞ୍ଜେଇ ଜବତ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟ ଅଭିଯୁକ୍ତ ମାନେ ଖସିଯିବାରେ ସକ୍ଷମ ହୋଇଛନ୍ତି ।

ଜବତ ଗଞ୍ଜେଇ ବାହାର ରାଜ୍ୟକୁ ପଠାଯିବାର ଯୋଜନା ଥିବା ପୋଲିସ ସନ୍ଦେହ କରୁଥିବା ଜଣାପଡ଼ିଛି । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୯୦ ଲକ୍ଷ ଟଙ୍କା ହେବ ବୋଲି ପ୍ରକାଶ କରିଛନ୍ତି ଜୟପୁର ଏସଡିପିଓ l