୧୬ ତମ ମାଁ ଦକ୍ଷିଣ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

0
237

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୩୧/୧୨) : କୁସଙ୍ଗ ହାଇସ୍କୁଲ ପଡିଆରେ ଆଜି ୧୬ ତମ ମାଁ ଦକ୍ଷିଣ କାଳୀ ୧ ଦିନିଆଁ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି | ଏହି ଟୁର୍ନାମେଣ୍ଟରେ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ନିର୍ଧାରିତ ୨୦ ଓଭର ଖେଳ ହେବା ପାଇଁ କମିଟି ତରଫରୁ ସୂଚନା ଥିଲା |3be79eb7 c8c6 4db2 950d 6e76864335e7 ୧୬ ତମ ମାଁ ଦକ୍ଷିଣ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

ଆଜିର ଉଦଯାପନୀ ମ୍ୟାଚରେ ସଂକୁରି ଓ ଲୁଣିବାହାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ସଂକୁରି ୧୨୦ ରନ କରି ଲୁଣିବାହଳକୁ ୬୭ରନ ରେ ଅଲଆଉଟ କରି ବିଜୟୀ ହୋଇଥିଲା | ଏହି ୧୬ ତମ ମାଁ ଦକ୍ଷିଣ କାଳୀ କ୍ରିକେଟ ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ଅଧକ୍ଷ ବିଶ୍ୱଜିତ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ | ସମ୍ମାନିତ ଅତିଥି ଭାବେ ପ୍ରଫୁଲ୍ଲ ମହାପାତ୍ର, ଅଭୟ ଭୋକ୍ତା, କାହ୍ନୁ ଚରଣ ନାଥ,ଅକ୍ଷୟ ସାହୁ, ସଞ୍ଜୟ ସାହୁ, ଯୋଗ ଦେଇଥିଲେ | ବୈକୁଣ୍ଠ ଦନାୟକ, ସଞ୍ଜୟ ଭୋକ୍ତା, ଗୋପାଳ କୃଷ୍ଣ ଧାରା ବିବରଣୀ ଦେଇଥିବା ବେଳେ କ୍ଷୀରୋଦ ନାୟକ ଓ ମନୋଜ ମିଶ୍ର ଖେଳ ପରିଚାଳନା କରିଥିଲେ | ଶେଷରେ କ୍ଷିତୀଶ ରଣା ଧନ୍ୟବାଦ ଅର୍ପଣ କରିଥିଲେ |