ଜିଲା ସଂସ୍କୃତି ପରିଷଦ ଏବଂ ଜିଲା ଡିଜିଟାଲ ଡିପୋଜିଟୋରୀ ବୈଠକ ଅନୁଷ୍ଠିତ

0
212

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୩୧/୧୨) : ଅଦ୍ୟ ତା ୩୧/୧୨/୨୦୨୧ ରିଖ ଦିବା ୧୧ ଘଟିକା ସମୟରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲା ସଂସ୍କୃତି ପରିଷଦ ଏବଂ ଜିଲା ଡିଜିଟାଲ ଡିପୋଜିଟୋରୀ ବୈଠକ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଜିଲା ସଂସ୍କୃତି ପରିଷଦ ବୈଠକରେ ଜିଲା ସଂଗ୍ରହାଳୟ ର ପରିଚାଳାନା, ରକ୍ଷଣା ବେକ୍ଷଣ, କର୍ମଚାରୀଙ୍କ ବେତନ, ବୌଦ୍ଧ ର ଇତିହାସ ଭୀମଭୋଇ, ପାତାଳୀ ଶ୍ରୀଜଗନ୍ନାଥ, ବୁଦ୍ଧଦେବ ଓ ମା ଭୈରବୀଙ୍କ ବିଷୟରେ ଏକ ସଂକ୍ଷିପ୍ତ ଲେଖା, ବିଭିନ୍ନ ଲୁକ୍କାୟିତ ପ୍ରାମାଣିକ ତଥ୍ୟ ସଂଗ୍ରହ ତଥା ଲେଖା, ଲେଖକମାନଙ୍କ ଠାରୁ ସଂଗ୍ରହ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ସଂଗ୍ରହାଳୟ ର ଗୁରୁତ୍ୱ ବୃଦ୍ଧି, ପ୍ରଚାର ପ୍ରସାର ଓ ଆକର୍ଷଣୀୟ କରିବା ପାଇଁ ବୈଠକରେ ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରାଯାଇଥିଲା । ସଂଗ୍ରହାଳୟ ର ସମସ୍ତ ପ୍ରକୋଷ୍ଠରେ ଥିବା ସାମଗ୍ରୀ ଗୁଡିକର ନାମ ଓଡ଼ିଆ ଓ ଇଂରାଜୀରେ ଲେଖାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।

ଫଳରେ ବିନା ଗାଇଡରେ ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ସଂଗ୍ରହାଳୟ ବୁଲିବା ସହିତ ପ୍ରଦର୍ଶିତ ସାମଗ୍ରୀ ଗୁଡିକ ସଂପର୍କରେ ସହଜରେ ଜାଣି ପାରିବେ । ଏଥିପାଇଁ ତିନିଜଣିଆଁ ସଦସ୍ୟଙ୍କୁ ନେଇ ତିନୋଟି ଟିମ ଗଠନ ସହିତ ଆଗାମୀ ୫ ତାରିଖରେ ସମସ୍ତ ସଦସ୍ୟ ସଂଗ୍ରହାଳୟରେ ଉପସ୍ଥିତ ରହିବା ପାଇଁ ଜିଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ସଂସ୍କୃତି ଆମର ପରିଚୟ ଏଣୁ ସଂଗ୍ରହାଳୟ ର ସୁରକ୍ଷା ଆମର ଦାୟିତ୍ୱ ବୋଲି ଜିଲାପାଳ ମତବ୍ୟକ୍ତ କରିଥିଲେ । ଜିଲା ଡିଜିଟାଲ ଡିପୋଜିଟେରୀ ବୈଠକରେ ଜିଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜିବନୀ, ସ୍ୱାଧୀନତା ସଂଗ୍ରାମ କୁ ସେମାନଙ୍କ ଅବଦାନ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ସଂଗ୍ରହାଳୟରେ ରଖାଯିବା ସହିତ ଅଞ୍ଚଳର ନୃତ୍ୟ, ସଙ୍ଗିତ, ଚାଲିଚଳଣି, ଐତିହ୍ୟ, ପରମ୍ପରା, ସଂସ୍କୃତି ଇତ୍ୟାଦିକୁ ଡିଜିଟାଲ ମାଧ୍ୟମରେ ସଂଗ୍ରହାଳୟରେ ସଂରକ୍ଷିତ ରଖିବାକୁ ବୈଠକରେ ଆଲୋଚନା କରାଯାଇଥିଲା ।

ଏଥି ସହିତ ବୈଠକରେ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର, କଳାକାର ଭତ୍ତା ସଂପର୍କରେ ମଧ୍ୟରେ ଆଲୋଚନା କରାଯାଇଥିଲା । ଏହି ବୈଠକ କୁ ଜିଲା ସଂସ୍କୃତି ଅଧିକାରୀ ବିରଞ୍ଚି ଧରୁଆ ସଂଯୋଜନା କରିଥିଲେ ଓ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବବିତା ରାଣୀ ଦଳବେହେରା, ତହସିଲଦାର ଅବିନାଶ ପାଣ୍ଡିଆ, ନିଜାରତ ଅଧିକାରୀ ବିଜୟ କୁମାର ପ୍ରଧାନ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଜିଲା କଳା ସଂସ୍କୃତି ସଂଘ ର ଉପସଭାପତି ଦିବ୍ୟ ଶଙ୍କର ରାଉତ, ସଦସ୍ୟ ନିଳଲୋହୀତ ମହାପାତ୍ର, ହରିହର ପ୍ରଧାନ ଓ ସେକ୍ସନ ଅଧିକାରୀ ମାନସ ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।