ନୂତନ ବର୍ଷ ପ୍ରଥମ ଦିନରେ ସ୍ଵେଛାସେବୀଙ୍କ ପରଲୋକ

0
145
ନୂତନ ବର୍ଷ ପ୍ରଥମ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୦୧/୦୧) : ଆଜି ନୂତନ ବର୍ଷ ପ୍ରଥମ ଦିନରେ ବୌଦ୍ଧ ବ୍ଲକ ମୁଣ୍ଡାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରପୁଡୁଗ ଗ୍ରାମର ଅରୁଣ କୁମାର ବାରିକ (୪୨) ଙ୍କ ପରଲୋକ ହୋଇଛି । ସ୍ଵେଚ୍ଛାସେବୀ ଅନୁଷ୍ଠାନ କଳାଞଳୀ ବାରପୁଡୁଗ ବୌଦ୍ଧ ର କୋଷାଧ୍ୟକ୍ଷ ଭାବରେ ପାଞ୍ଚ ବର୍ଷ ହେବ ସେ କାର୍ଯ୍ୟ କରି ଆସୁଥିଲେ ।

ନୂତନ ବର୍ଷ ପ୍ରଥମ ଦିନରେ ତାଙ୍କ ପରଲୋକ ରେ କଳାଞଳୀ ଅନୁଷ୍ଠାନ ର ସଭାପତି ପ୍ରଦିପ କୁମାର ଜେନା, ସମ୍ପାଦକ ସ୍ଵାଧୀନ କୁମାର ପରିଡା ସମେତ କଳାଞଳୀ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଉପସ୍ଥିତ ଥିବାବେଳେ ମୁଣ୍ଡାପଡା ଗ୍ରା.ପ.ର ସରପଞ୍ଚ ବିଦ୍ୟାଧର ସ୍ଵାଇଁ ଅରୁଣ ବାରିକଙ୍କ ମରଶରୀର ରେ ପୁଷ୍ପ ମାଲ୍ଯ ପ୍ରଦାନ ପୂର୍ବକ ଶେଷ ଦର୍ଶନ କରି ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ୨୦୦୦/-ଟଙ୍କା ତାଙ୍କ ପରିବାର ଲୋକଙ୍କୁ ପ୍ରଦାନ କରିଥିଲେ । ତାଙ୍କ ଶରୀର ଅସୁସ୍ଥ ଥିବାରୁ ଆଜି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି । ସେ ଜଣେ ମିଷ୍ଟଭାଷୀ,ମେଳାପୀ ଓ ସ୍ଵେଚ୍ଛାକୃତ ରକ୍ତଦାତା ଥିଲେ । ଚନ୍ଦନ ହଜୁରୀ ଯୁବକ ସଙ୍ଘର ସଭାପତି ହିରାଲାଲ ନାଏକ ଓ ସମ୍ପାଦକ ସ୍ଵାଧୀନ କୁମାର ଜେନା ଏବଂ କଳାଞଳୀ ଅନୁଷ୍ଠାନ ବାରପୁଡୁଗ ର ସମସ୍ତ କର୍ମକର୍ତା ସମେତ ପରିବାର ବନ୍ଧୁ ବର୍ଗ ଉପସ୍ଥିତ ରହି ତାଙ୍କର ବଡ଼ ପୁଅ ଆଶିର୍ବାଦ ବାରିକ ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।