-5.7 C
Innichen
Saturday, January 28, 2023

ବୌଦ୍ଧ ଦିନ ପାଳିତ କରିବା ପାଇଁ ଗର୍ଜନ ସେନାର ପ୍ରସ୍ତୁତି ବୈଠକ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୫/୧୨) : ଆଜି ବୌଦ୍ଧ ଜିଲ୍ଲା ବିରନରସିଂହପୁର ପଞ୍ଚାୟତ ର ନୂଆପଡା ଡ୍ୟାମ ଠାରେ ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନ ସେନା ତରଫରୁ ଆସନ୍ତା ୨୦୨୨ ଜାନୁଆରୀ ୨ ତାରିଖ ବୌଦ୍ଧ ଦିନ ପାଳନ ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

ବୈଠକରେ ଜାନୁଆରୀ ୨ ତାରିଖ କୁ ବୌଦ୍ଧ ଦିନ ଭାବରେ ଧୁମ୍ ଧାମରେ ପାଳନ କରିବା ପାଇଁ ଯୋଜନା କରାଗଲା । ଏହି ଉପଲକ୍ଷେ ଜିଲ୍ଲାରେ ସ୍ବଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ଶୁଖିଲା ଖାଦ୍ୟ ବଣ୍ଟନ , ଅସହାୟ ଙ୍କୁ ସହାୟତା ପ୍ରଦାନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ସହରରେ ଅବସ୍ଥିତ ବୁଦ୍ଧ ପାର୍କରେ ଏହି ଦିନ ପାଳନ କରାଜୀବ ଏବଂ ମାଟି ର ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଗର୍ଜନ ସେନା ସଭାପତି ବାଲ୍ମିକୀ ମହାକୁଡ଼ ସୂଚନା ଦେଇଛନ୍ତି ।

ଜିଲ୍ଳାର ସମସ୍ତ କ୍ଲବ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଯୁବ ବର୍ଗ ବୌଦ୍ଧ ଦିନ ପାଳନ କରିବା ପାଇଁ ଗର୍ଜନ ସେନା ଆହ୍ୱାନ ଦେଇଛି । ବୈଠକରେ ଗର୍ଜନ ସେନା କାର୍ଯ୍ୟକର୍ତ୍ତା ବ୍ରଜ ବିହାରୀ ମହାକୁଡ଼, ଅମିତ୍ ପ୍ରଧାନ, ଚନ୍ଦନ ପ୍ରଧାନ, ଲିକୁନ୍ ମହାକୁଡ଼, ଅଜୟ ପାତ୍ର, ଶ୍ରୀକାନ୍ତ ମହାକୁଡ଼, ସିଲୁ ମାହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Stay Connected

0FansLike
3,684FollowersFollow
20,500SubscribersSubscribe
- Advertisement -spot_img

Latest Articles