ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ବଉଳ ଅମାବାସ୍ୟା ନୀତି ପାଳିତ

0
137
ସିଦ୍ଧ ବଳରାମ ଜୀଉ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, ତା (୨/୦୧) : ଢେଙ୍କାନାଳ ସହର ର କୈବଲ୍ୟ ବଜ଼ାର ସ୍ଥିତ ସିଦ୍ଧ ବଳରାମ ଜୀଉ ମନ୍ଦିର ପ୍ରାଙ୍ଗଣରେ ବଉଳ ଅମାବାସ୍ୟା ଥିବାରୁ ବିଶେଷ ପୂଜା ଅର୍ଚନା କରାଯାଇଥିଲା |

ସିଦ୍ଧ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ବସ୍ତ୍ର ପରିଧାନ, ତୁଳସୀ ହାର, ବଉଳ ଲାଗି କରାଯାଇଥିଲା, ପ୍ରାତଃ ରୁ ପହିଲି ଭୋଗ,୧୦.୩୦ ରେ ଖେଚୁଡ଼ି ଭୋଗ ଓ ମଧ୍ୟାହ୍ନ ରେ ମଙ୍ଗଳା ଅର୍ପଣ ପୂଜା କରାଯାଇଥିଲା, ଚକା, ପୁଳି, କାକରା, ଅର୍ଣ୍ଣ, ଡାଲମା, ମିଷ୍ଟାନ୍ନ ଓ ଫଳମୂଳ ଲାଗି କରାଯାଇଥିଲା |

ସନ୍ଧ୍ୟା ବେଳେ ଆଳତି କରାଯାଇଥିଲା ଓ ରାତିରେ ଧୂପ ପରେ ପହଡ ପଡିଥିଲା, ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳିଆ ଟୀକନ ବେହେରା ଓ ଜେମାଦାର ବସନ୍ତ ରଥ ଙ୍କ ତତ୍ୱାବଧାନରେ ବଉଳ ଅମାବାସ୍ୟା ନୀତି ସମ୍ପୂର୍ଣ୍ଣ କରାଯାଇଥିଲା |