ଗୁଡ଼ାରୀ ଠାରେ ଇନଡୋର ଷ୍ଟାଡିୟମ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

0
135
ଗୁଡ଼ାରୀ ଠାରେ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୪/୦୧) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଠାରେ ଇନଡୋର ଷ୍ଟାଡିୟମ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ଶ୍ରୀ ଯୁକ୍ତ ସୁଧିରଦାସ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଗଗନ ଆଚାର୍ଯ୍ୟ, ପିଣ୍ଟୁ ପଣ୍ଡା, କେଦାର ସାହୁ, ସନ୍ତୋଷ ମହାନ୍ତି, କେ ରାମକ୍ରିଷ୍ନା, ଏମ୍ ପ୍ରସାଦ, ପ୍ରମୁଖ ଯୋଗଦେଇ ବିଜୁ ପଟ୍ଟନାୟକ ବହୁମୂଖୀ ଇନଡୋର ଷ୍ଟାଡିୟମ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଗୁଡ଼ାରୀ ଠାରେ ଖେଳପଡିଆ ନ ଥିବାରୁ ଖେଳାଳି ଙ୍କ ବହୁ ପ୍ରତିକ୍ଷିତ ଇନଡୋର ଷ୍ଟାଡିୟମ ପାଇଁ ବି ଜେ ଡି ସରକାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବାରୁ ଖେଳପ୍ରେମୀ ଙ୍କ ମଧ୍ୟରେ ଆନନ୍ଦ ର ଲହରି ଖେଳିଯାଇଛି ।

ଏଥିପାଇଁ ୬ କୋଟି ୫୦ ହଜାର ଟଙ୍କା ର ବ୍ୟୟ ଅଟକଳ ରହିଥିବା ବେଳେ ଚାରି କୋଟି ଟଙ୍କା ର ଟେଣ୍ଡର ଦିଆଯାଇଥିବା ଜଣାପଡିଛି ।