ଅବ୍ୟବସ୍ଥା ଘେରରେ ପାତାଳି ଶ୍ରୀକ୍ଷେତ୍ର

0
393
ଅବ୍ୟବସ୍ଥା ଘେରରେ ପାତାଳି

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୦୬/୦୧) : ବୈାଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମ ପଞ୍ଚାୟତ ନାଏକ ପଡା ଗ୍ରାମ ର କିଛି ଦୂରରେ ପାତାଳୀ ଶ୍ରୀକ୍ଷେତ୍ର ବା ନାଏକପଡା ଗୁମ୍ଫାରେ ଅବସ୍ଥିତ । କିନ୍ତୁ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ପାତାଳି ଶ୍ରୀକ୍ଷେତ୍ର ।

କିମ୍ବଦନ୍ତୀ କୁହେ ଇଂରେଜ ଶାସନ କାଳରେ ଶ୍ରୀ କ୍ଷେତ୍ରବାସି ଶ୍ରୀ ଜଗନ୍ନାଥ ଙ୍କୁ ଲୁଣ୍ଠନ କରିବା ପାଇଁ ଇଂରେଜ ମାନେ ବାହାରିଥିବା ସମୟରେ ସେବାୟତ ଓ ରାଜା ଜାଣିପାରି ଶ୍ରୀଜଗନ୍ନାଥ ମହାପ୍ରଭୁ ଙ୍କୁ ଏହି ଗୁମ୍ଫା ରେ ପାତାଳି କରି ରଖାଯାଇଥିଲା । ସେହି ଦିନଠୁ ଏହି ସ୍ଥାନ ପାତାଳି ଶ୍ରୀକ୍ଷେତ୍ର ନାମରେ ପରିଚିତ । ଏହି ଗୁମ୍ଫା ର ପ୍ରାକୃତିକ ଶାନ୍ତ ସବୁଜ ସୁନ୍ଦର ମନଲୋଭା ପରିବେସ ଦର୍ଶକ ମାନଙ୍କୁ ବିମୋହିତ କରିଦେଇଥାଏ । ଯାହା ଫଳରେ ଦୂର ଦୁରାନ୍ତ ରୁ ଦର୍ଶକ ମାନେ ଏଠାକୁ ବୁଲିବାକୁ ଆସୁଛନ୍ତି । ନାଏକ ପଡା ଗୁମ୍ଫା ପାହାଡ଼ ଉପରେ ଅବସ୍ଥିତ ହୋଇ ଥିବାବେଳେ ସାଧୁ ସନ୍ଥ ଙ୍କ ଗହଳି ଏଥି ଲାଗି ରହିଥାଏ । ପ୍ରଶାସନ ତରଫରୁ ଏକୋ ଭିଲେଜ ଏହି ସ୍ଥାନକୁ କରିବା ପାଇଁ ଯୋଜନା ରହିଥିଲେ ମଧ୍ୟ ଆଜି ପଯ୍ୟନ୍ତ ତାହା ହୋଇପାରିନି । ଅବ୍ୟବସ୍ଥା ଘେରରେ ପାତାଳି ଶ୍ରୀକ୍ଷେତ୍ର ।

ଦୂର ଦୁରାନ୍ତ ରୁ ଦର୍ଶକ ମାନେ ବୁଲି ବାକୁ ଆସୁଥିବା ସମୟରେ ବିଶ୍ରାମ ଗାର, ପାଣି ଓ ଆଲୋକ ସୁବିଧା ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସାଧାରଣ ଏହି ଅସୁବିଧା ଗୁଡିକୁ ପ୍ରଶାସନ ନଜର ଦେଲେ ଆଗକୁ ଏହା ବୌଦ୍ଧ ଜିଲ୍ଲା ର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ ନାମରେ ନାମିତ ହୋଇପାରିବ ।