ଜିଲ୍ଲା ସ୍ତରୀୟ ଯୁବ ସମ୍ମିଳନୀ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ

0
173
ଜିଲ୍ଲା ସ୍ତରୀୟ ଯୁବ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୬/୧) : ଯୁବବର୍ଗ ହେଉଛନ୍ତି ସମାଜର ମେରୁଦଣ୍ଡ, ଏକ ପ୍ରଗତିଶିଳ, ଆତ୍ମନିର୍ଭର ଦେଶ ଗଠନରେ ଯୁବକ ଯୁବତୀ ଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ l ଯୁବାବର୍ଗ ସକାରାତ୍ମକ ଚିନ୍ତାଧାରା ସହ ଆଗକୁ ବଢିଲେ ସମାଜ ଆଗେଇବା ସହ ସମୃଦ୍ଧ ଓଡିଶା, ସମୃଦ୍ଧ ଭାରତ ଗଠନ ହୋଇପାରିବ ବୋଲି ଆଜି ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଯୁବ ସମ୍ମିଳନୀ ରେ ଅତିଥି ବୃନ୍ଦ ପ୍ରେରଣାଦାୟୀ ବକ୍ତବ୍ୟ ଦେଇଛନ୍ତି l

ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭା ଗୃହରେ ସୋନପୁର ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ନେହେରୁ ଯୁବ କେନ୍ଦ୍ର, ଜିଲ୍ଲା ଯୁବ ଅଧିକାରୀ ଏ ଭି ନରସିଂହା କୁମାର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଳାପାଳ ସୂର୍ଯ୍ୟନାରାୟଣ ଦାଶ ଯୋଗଦାନ କରି ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ତଥା ଦେଶ ଗଠନରେ ଯୁବକ ମାନଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l

ଯୁବକ ମାନେ ହେଲେ ଆଗାମୀ ଭବିଷ୍ୟତ ତେଣୁ ସେମାନଙ୍କ ଚିନ୍ତା ଓ ଚେତନା ସକାରାତ୍ମକ ଓ ସୁସ୍ଥ ହେବା ନିହାତି ଆବଶ୍ୟକ ବୋଲି ପ୍ରେରଣାଦାୟୀ ବକ୍ତବ୍ୟ ରଖିବା ସହ ନିଜେ ନିଜର ପ୍ରତିଭାକୁ ଜାଣିବାକୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି l ସମ୍ମାନିତ ଅତିଥି ଭାବେ ଜି.ଏମ. ଡି ଆଇ ସି ବଳଭଦ୍ର ନାୟକ ଯୋଗଦାନ କରି ଯୁବକ ଯୁବତୀ ଙ୍କ ନିମନ୍ତେ ଆତ୍ମନିର୍ଭରଶୀଳ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖି ଜିଲ୍ଲା ର ପ୍ରତ୍ୟେକ ଯୁବକ ଯୁବତୀ ଜିଲ୍ଲା ର ଅର୍ଥନୈତିକ ପ୍ରଗତିରେ ସାମିଲ ହେବାକୁ ଆହ୍ୱାନ ଦେଇ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ ହେବାକୁ ବକ୍ତବ୍ୟ ରଖିଥିଲେ l

ଅନ୍ୟତମ ଅତିଥି ସାମାଜିକ କର୍ମୀ ଶରତ ଶତପଥୀ, ଯୁବକ ମାନେ ବିକାଶଶୀଳ ସମାଜ ତଥା ଦେଶ ଗଠନ ର ଅଗ୍ରଦୂତ ବୋଲି କହିବା ସହ ବର୍ତ୍ତମାନ ସମୟ ରେ ଯୁବବର୍ଗ ଦେଶହିତ ରେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ l ଅତିଥି ଭାବେ ଯୋଗଦାନ କରି ଡି ଡବ୍ଲୁ ଏସ ଏମ, ଡି ଆର ଡି ଏ, ବଂଶୀଧର ନାୟକ ଯୁବକ ମାନଙ୍କୁ ଦେଶପ୍ରୀତି ର ପ୍ରେରଣାଦାୟୀ ଉଦବୋଧନ ପ୍ରଦାନ କରିଥିଲେ l ଅନ୍ୟତମ ଅତିଥି ଅଶ୍ୱିନୀ କୁମାର ଭୋଇ ଯୋଗଦାନ କରି ଯୁବ ସମାଜ ଆଗାମୀ ଦିନ ର ଆଶା ଓ ଭରସା କହିବା ସହ ସେମାନଙ୍କ ଉନ୍ନତ ଚିନ୍ତାଧାରା ଓ ସକାରାତ୍ମକ ମନୋଭାବ ହିଁ ଭବିଷ୍ୟତ ସମାଜ ଗଠନର ପରିଚାୟକ ହେବ ବୋଲି କହିଥିଲେ l

ଅଦ୍ୟ ସଭା କାର୍ଯ୍ୟ କୁ ନକୁଳ ନାୟକ, ପ୍ରଥମ ଓଡିଶା, ଜିଲ୍ଲା ସଂଯୋଜକ -ସଂଯୋଜନା କରିଥିବା ବେଳେ ଯୁବକେନ୍ଦ୍ର ର ଲେଖାପାଳ ବିପିନ ବିହାରୀ ଜେନା ଓ କୃପାସିନ୍ଧୁ ସା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା l ଉତ୍ତମ ଦେହୁରୀ ସମ୍ପାଦକ, ଭିନ୍ନକ୍ଷମ ବିଦ୍ୟାଳୟ ଧନ୍ୟବାଦ ଅର୍ପଣ କରିଥିଲେ l

ଏହି ସମ୍ମିଳନୀ ରେ ଜିଲ୍ଲା ର ବିଭିନ୍ନ ପ୍ରାନ୍ତର ରୁ ଶତାଧିକ ଯୁବକ ଯୁବତୀ ସହ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ସାମିଲ ରହି ଭାବ ବିନିମୟ କରିଥିଲେ l ସଭା ପ୍ରାରମ୍ଭ ରେ ଯୁବ ଶକ୍ତି ର ଆଧାର, ଭାରତୀୟ ଯୁବସମାଜ ର ପ୍ରତୀକ ପୂଜ୍ୟନୀୟ ବିବେକାନନ୍ଦ ଙ୍କ ଫଟୋ ଚିତ୍ର ରେ ଅତିଥି ବୃନ୍ଦ ପୁଷ୍ପ ମାଲ୍ୟ ପ୍ରଦାନ ସହ ଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l