ପରୋପକାରୀ ଅନ୍ତର୍ଯ୍ୟାମୀ ମହାକୁଡ଼ ଙ୍କ ପରଲୋକ

0
132
ପରୋପକାରୀ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୮/୧) : ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଧଳପୁର ଗ୍ରାମ ର ପରୋପକାରୀ ଅନ୍ତର୍ଯ୍ୟାମୀ ମହାକୁଡ଼ ଙ୍କ (୬୨) ପରଲୋକ ଘଟିଛି ।

ସେ ଜଣେ ଅତି ଦରଦୀ ମଣିଷ, ପରୋପକାରୀ ହୋଇଥିବା ବେଳେ ଅଞ୍ଚଳ ରେ କ୍ଷୀର ଵାଲା ବୋଲି ଲୋକଙ୍କ ପାଖରେ ପରିଚିତ ଥିଲେ । ଦୀର୍ଘ ୩୦ ବର୍ଷ ହେଲା ଧଳପୁର ଠୁ ଚାରିଛକ ପର୍ଯ୍ୟନ୍ତ ସାଇକେଲ ରେ ଗାଈ କ୍ଷୀର ବେପାର କରି ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କୁ ସମସ୍ତେ କ୍ଷୀର ଵାଲା ବୋଲି ଡାକୁଥିଲେ । ଲୋକମାନେ ତାଙ୍କୁ ମେଡ଼ିସିନ, ଖବରକାଗଜ, ଲୋକମାନଙ୍କ ଚିଠି କୁ ନେଇ ଡାକରେ ପୋଷ୍ଟ କରିବା, ଲୋକମାନଙ୍କୁ ପାଖରେ ଖବର କାଗଜ ପହଞ୍ଚାଇବା ଭଳି ଅନ୍ୟ କୌଣସି ଜିନିଷ ଆଣିବାକୁ କହିଲେ ସେ କିଣି ଆଣି ଲୋକଙ୍କ ପାଖରେ ସୁବିଧା ରେ ମାଗଣା ସେବା ପହଞ୍ଚାଇ ପାରୁଥିଲେ ।

ତାଙ୍କର ଆଜି ସକାଳୁ ନିଜ ବାସଭବନରେ ହଠାତ ବିୟୋଗ ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ଏକ ଶୋକ ର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କର ସ୍ତ୍ରୀ ଙ୍କ ସହ ଦୁଇ ପୁତ୍ର ସମେତ ବନ୍ଦୁ ବାନ୍ଧବ ସପରିବାର ଉପସ୍ଥିତ ଥିଲେ ।