ପଶ୍ଚିମ ଓଡିଶାର ଲାଇଫ ଲାଇନ ଲୋୟର ସୁଖତେଲ ପ୍ରକଳ୍ପ ର ବିସ୍ଥାପନ ପ୍ରକ୍ରିୟା ଜାରି

0
306

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା୨୪-୦୭) : ଦୀର୍ଘ ଦିନ ରୁ ବିଭିନ୍ନ ସମସ୍ୟା ରହି କାର୍ଯ୍ୟାରମ୍ଭ ହୋଇପାରୁ ନ ଥିବା ପଶ୍ଚିମ ଓଡିଶାର ଲାଇଫ ଲାଇନ ଭାବେ ପରିଚୟ ସୃଷ୍ଟି କରିବା ନେଇ ହୋଇଥିବା ଲୋୟର ସୁକତେଲ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରିବାକୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପଶ୍ଚିମ ଓଡିଶାର ଲାଇଫ ଲାଇନ: ଶୁକ୍ରବାର କଏଣ୍ଡାପାଲି ଗାଁର ୩୪ ଜଣ ବିସ୍ଥାପିତ ପରିବାରଙ୍କୁ ଜିଲ୍ଲାପାଳ ଲର୍କିପାଲି ଓ ସଦାଇପାଲିଠାରେ ଥିବା ପୁନର୍ବାସ ଓ ଥଇଥାନ କଲୋନିରେ ଘର ଡିହ ପଟ୍ଟା ବଣ୍ଟନ କରିଛନ୍ତି । ଲୋୟର ସୁକତେଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ପିଡି ଆର୍‌ଆର୍‌ ମହେନ୍ଦ୍ର ମହାପାତ୍ର, ନିର୍ବାହୀ ଯନ୍ତ୍ରୀ ନିର୍ବିଘ୍ନ ଭୋଇ, ତହସିଲଦାର ମଘବାନ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲାପାଳ ପୁନର୍ବାସ ଓ ଥଇଥାନ କଲୋନିରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିବା ନେଇ ବି ସୂଚନା ଦେଇଥିଲେ । ଅନ୍ୟପଟେ ଗାଁର ଯେଉଁମାନେ ଘର ଡିହ ପାଇ ନାହାନ୍ତି ସେମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତାଙ୍କୁ ଘର ଡିହ ପଟ୍ଟା ପ୍ରଦାନ କରିବାକୁ ଦାବି କରିଥିଲେ । ଅନେକ ବିସ୍ଥାପିତ ଅନ୍ୟତ୍ର ପୁନର୍ବାସ ବା ଥଇଥାନ ବିଗତ ଦିନରେ ହୋଇସାରିଛନ୍ତି ।