ଟାଙ୍ଗିଆରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

0
233
ଟାଙ୍ଗିଆରେ ହାଣି

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୭/୦୧) : ୫୭ ନଂ ଜାତୀୟ ରାଜପଥ ସରସରା ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର । ଟାଙ୍ଗିଆରେ ହାଣି ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି ।

ମୃତକ ଜଣକ ହେଲେ ସରସରା ଗ୍ରାମ ର ଅନାମୁ ମିର୍ଦ୍ଧା । ଘଟଣା ସ୍ଥଳରୁ ରକ୍ତ ଯୁଡୁବୁଡୁ ଟାଙ୍ଗିଆ ଜବତ୍ । ସୂଚନା ଅନୁଯାୟୀ ଆଜି ଭୋର ସକାଳୁ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସରସରା ରାସ୍ତା କଡରେ ରକ୍ତ ଜୁଡୁବୁଡୁ ମୃତ ଦେହ ଦେଖି ଲୋକେ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସ୍ଥଳରୁ ରକ୍ତାକ୍ତ ଟାଙ୍ଗିଆ ଜବତ କରିବା ସହିତ ମୃତ ଦେହକୁ ଚିହ୍ନଟ କରିଛି । ମୃତକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବରେ ହତ୍ୟା କରାଯାଇଛି ବୋଲି ଜଣା ପଡିଛି । ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଅନାମୁ ମିର୍ଧା ଙ୍କୁ ହତ୍ୟା କଲା ତାହାର କାରଣ ଖୋଜୁଛି ବୌଦ୍ଧ ପୋଲିସ ।