ଫେବ୍ରୁଆରୀରେ ଖୋଲିପାରେ ଶ୍ରୀମନ୍ଦିର : କୋଭିଡ ସଂକ୍ରମଣ ସଂଖ୍ୟା କମିବା ପରେ ବଢ଼ିଲା ଆଶା

0
450
ଫେବ୍ରୁଆରୀରେ ଖୋଲିପାରେ ଶ୍ରୀମନ୍ଦିର

ରିପୋର୍ଟ : ସୁଭାସିସ ନାୟକ
ପୁରୀ, (୨୫/୦୧) : ଫେବ୍ରୁଆରୀରେ ଖୋଲିପାରେ ଶ୍ରୀମନ୍ଦିର । ଶ୍ରୀକ୍ଷେତ୍ର ସହ ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମଣ ସଂଖ୍ୟା କମିବା ପରେ ଏଭଳି ଆଶାପୋଷଣ କରିଛନ୍ତି ଶ୍ରୀମନ୍ଦିର ସେବାୟତ । ତେବେ ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି ।

ଜାନୁଆରି ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ବନ୍ଦ କଟକଣା ବଳବତ୍ତର ରହିଥିବାରୁ ଏହା ପୂର୍ବରୁ ସଂକ୍ରମଣ ସ୍ଥିତିକୁ ଦେଖି ଶ୍ରୀମନ୍ଦିର ଖୋଲିବ କି ନାହିଁ ଛତିଶାନିଯୋଗ ରେ ନିଷ୍ପତ୍ତି ହେବ । ଫେବ୍ରୁଆରୀରେ ଖୋଲିପାରେ ଶ୍ରୀମନ୍ଦିର । ଅନ୍ୟପଟେ ସେବାୟତ ସଂକ୍ରମଣ ରୋକିବା ପାଇଁ କୋଭିଡ ଟିକା ର ସମୟ ଅବଧି ପୂରଣ କରି ସାରିଥିବା ଶ୍ରୀନ୍ଦିର ସେବାୟତଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ନିଷ୍ପତ୍ତି ହୋଇଛି । ପୂର୍ବରୁ ୬୦ ବର୍ଷ ର ସେବାୟତଙ୍କୁ ଏହି ବୁଷ୍ଟର ଡୋଜ ଦିଆଯାଇଛି ।

ମାସକ ତଳେ ଶ୍ରୀକ୍ଷେତ୍ର ସହ ପୁରୀ ଜିଲ୍ଲା ର ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟ ର ବହୁ ଅଧିକାରୀ, କର୍ମଚାରୀଙ୍କ ସହ ସେବାୟତ ବି ସଂକ୍ରମିତ ହୋଇଥିଲେ । ମହାପ୍ରଭୁଙ୍କ ନୀତିକାନ୍ତି ବି ପ୍ରଭାବିତ ହେବା ଆଶଙ୍କା ରହିଥିଲା । ଏହି ଦୃଷ୍ଟିରୁ ଛତିଶାନିଯୋଗ ନିଷ୍ପତ୍ତି କ୍ରମେ ଶ୍ରୀମନ୍ଦିର ପ୍ରଶାସନ ମାସକ ପାଇଁ ଶ୍ରୀମନ୍ଦିର ବନ୍ଦ ଘୋଷଣା କରିଥିଲା । ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶରେ ରୋକ୍‌ ଲଗାଯାଇଥିଲା । କେବଳ ନୀତିକାନ୍ତି ସ୍ୱାବଭିକ ଚାଲିବ ବୋଲି ଘୋଷଣା କରାଯାଇଥିଲା ।

ଜାନୁଆରି ୩୧ ପୂର୍ବରୁ ‌ଶ୍ରୀମନ୍ଦିର ପ୍ରଶାସନ ବୈଠକ ଡାକି ମନ୍ଦିର ଖୋଲିବା ଉପରେ ପୁନର୍ବାର ନିଷ୍ପତ୍ତି ନେବ ବୋଲି ଘୋଷଣା କରିଥିଲା । ଏ ଭିତରେ ସଂକ୍ରମଣ ସେତେ କମି ନ ଥିଲେ ବି ସ୍ଥିତି କିଛିଟା ନିୟନ୍ତ୍ରଣରେ ରହିଛି । ଏହି ଦୃଷ୍ଟିରୁ ଫେବ୍ରୁଆରି ରୁ ଶ୍ରୀମନ୍ଦିର ଖୋଲିପାରେ ବୋଲି ସେବାୟତ ମହଲ ମତ ଦେଇଛନ୍ତି ।

ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଛତିଶାନିଯୋଗ ବୈଠକ କେବେ ହେବ, ସେ ନିଷ୍ପତ୍ତି ନିଆଯାଇନି । ଛତିଶାନିଯୋଗ ବୈଠକରେ ହିଁ ଶ୍ରୀମନ୍ଦିର ଖୋଲିବ କି ଖୋଲିବନି, ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।