ଡ଼ିମିରିଖୋଲ ଜଙ୍ଗଲ ର ୫୪ ଏକର ସରକାରୀ ଜମିରୁ ୫ କୋଟି ୪୦ ଲକ୍ଷ ଟଙ୍କା ର ଗଞ୍ଜେଇ ନଷ୍ଟ

0
141
ଡ଼ିମିରିଖୋଲ ଜଙ୍ଗଲ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୫/୦୧) : ବୌଦ୍ଧ ଜିଲ୍ଲା ସଦର ବ୍ଲକ ଡ଼ିମିରିଖୋଲ ଜଙ୍ଗଲ ର ସରକାରୀ ଜମି ରୁ ଆଜି ପୁଣି ୫ କୋଟି ୪୦ ଲକ୍ଷ ଟଙ୍କା ର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବାର ସୂଚନା ମିଳିଛି ।

ସୂଚନା ଅନୁଯାଇ ଆଜି ବିଶେଷ ସୂତ୍ର ରୁ ଖବର ପାଇ ବୌଦ୍ଧ APR ଫୋର୍ସ, ଫରେଷ୍ଟ କର୍ମଚାରୀ, ଅବକାରୀ ବିଭାଗ ବୌଦ୍ଧ ର ସବୁ କର୍ମଚାରୀ ମାନଙ୍କ ମିଳିତ ଉଦ୍ୟମ ରେ ବୌଦ୍ଧ ଥାନା ଅଧିନସ୍ଥ ଡ଼ିମିରିଖୋଲ ଜଙ୍ଗଲ ଅଞ୍ଚଳ ର ବିଜାପଦର, ଆମ୍ବ ଝରି, ବ୍ରାହ୍ମଣୀପାଲି ଆଦି ଅଞ୍ଚଳ ରୁ ପ୍ରାୟ ୫୪ ଏକର ସରକାରୀ ଜମିରେ ୫୪,୦୦୦ ଟି ଅବାଧ ଗଞ୍ଜେଇ ଚାଷ କରାଯାଇ ଥିଲା ଯାହା ନଷ୍ଟ କରାଯାଇଛି । ଏହି ନଷ୍ଟ କରାଯାଇ ଥିବା ଗଛ ଗୁଡିକ ର ଆକଳନ ମୂଲ୍ୟ ୫ କୋଟି ୪୦ ଲକ୍ଷ ବୋଲି ସୂଚନା ମିଳିଛି ।