୧୦୭ NAC ଓ ମ୍ୟୁନିସିପାଲଟି ପାଇଁ ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

0
149
୧୦୭ NAC

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୧/୦୨) : ଓଡ଼ିଶା ରାଜ୍ୟ ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରକାଶିତ ୧୦୭ NAC ଓ ମ୍ୟୁନିସିପାଲଟି ସଂରକ୍ଷଣ ତାଲିକା ୩୧/୧/୨୨ ରେ ପ୍ରକାଶ ପାଇଛି । ପୂର୍ବରୁ ଚିଠା ତାଲିକା ପ୍ରକାଶ ପାଇଥିଲା । ଏହା ପରେ ୧୫ ଦିନ ଆପତ୍ତି ଓ ଅଭିଯୋଗ ପାଇଁ ସମୟ ମଧ୍ୟ ଦିଆ ଯାଇଥିଲା ।

ବହୁ ଯାଗାରେ ବହୁ ବ୍ୟକ୍ତି ଓ ଦଳ ଆପତ୍ତି ଜଣାଇଥିଲେ ସୁଦ୍ଧା ୧୦୭ NAC ଓ ମ୍ୟୁନିସିପାଲଟି ପାଇଁ ଚୁଡାନ୍ତ ସଂରକ୍ଷଣ ଚିଠା ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଧର୍ମ କୁ ଆଖି ଠାର ଭଳି କେବଳ ୧୫ ଦିନ ଅତିବାହିତ କରାଯାଇଥିଲା । ଏବେ କାଶୀନଗର ଏନ୍ ଏ ସି ମହିଳାଙ୍କ ପାଇଁ ସଂରକ୍ଷଣ ରହିଛି । ବିଜେଡ଼ି ଗତଥର ଏନ୍ ସି କୁ କଙ୍କ କରିଥିଲା । ଶ୍ରୀମତୀ ମେଡିବୋଇନା ସୁଧା ରାଣୀ ପୌର ଅଧ୍ୟକ୍ଷ ହୋଇଥିଲେ ।

ପାରଳା ବିଧାୟକ ଶ୍ରୀ କେ ନାରାୟଣ ରାଓ ବିଜେଡ଼ି ର ବିଧାୟକ ଥିଲେ । ପରେ ରାଜନୈତିକ ଦୃଶ୍ୟ ପଟ ରେ ବହୁ ପରିବର୍ତ୍ତନ ହୋଇଯାଇଛି । ବିଧାୟକ ବିଜେପି କୁ ଚାଲିଗଲେ ବିଧାୟକ ମଧ୍ୟ ହେଲେ । କିନ୍ତୁ କେତେକ କାଉନସିଲର ବିଜେଡ଼ି ଛାଡ଼ି ପାରି ନ ଥିଲେ । ପ୍ରାୟ ୪/୫ ଜଣ କାଉନସିଲର ବିଧାୟକ ଙ୍କ ସାଙ୍ଗରେ ବିଜେପି କୁ ଚାଲି ଯାଇଥିଲେ । ବର୍ତ୍ତମାନ ପାଣି ପାଗ ଭିନ୍ନ ପ୍ରକାର, ଏବେ ସୁଧା ରାଣୀ ଯଦି ବିଜେଡ଼ି ରୁ ପ୍ରାର୍ଥୀ ହୁଅନ୍ତି ତାଙ୍କୁ ବିଜେପି ଓ କଂଗ୍ରେସ୍ ଓ ସ୍ଵାଧୀନ ପ୍ରାର୍ଥୀ ଙ୍କ ଠାରୁ କଡା ମୁକାବିଲା ସମ୍ମୁଖୀନ ହେବାକୁ ପଡିବ ।

ରାଜନୀତି ଗୋଟି ଚାଳନା ରେ ଯଦି ସୁଧା ରାଣୀ ସକ୍ଷମ ହୁଅନ୍ତି ତାହେଲେ ପୁଣି ପୌର ଅଧ୍ୟକ୍ଷ ଆସନ ପାଇଁ ପାରିବେ । ନଚେତ୍ ରାଜନୀତି ରେ ସବୁ ସମ୍ଭବ ଘୋଡ଼ା ବେପାର ଯଦି ହୁଏ ପରିସ୍ଥିତି ଭିନ୍ନ ହୋଇଯିବ । ବର୍ତ୍ତମାନ ପୌର ଅଧ୍ୟକ୍ଷ ପଦ ପାଇଁ ସିଧା ସଳଖ ପ୍ରତିଦ୍ୱନ୍ଦିତା ହେବ ।