ଓମିକ୍ରନ୍ ଠାରୁ ‘ଓ ମିତ୍ରୋଁ’ ଅଧିକ ବିପଜ୍ଜନକ : ଶଶି ଥରୁର୍

0
131
ଓମିକ୍ରନ୍ ଠାରୁ

ରିପୋର୍ଟ : ଆରୁଶ୍ରୀ //
ନୂଆଦିଲ୍ଲୀ, (୦୧/୦୨) : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଂଗ୍ରେସ ସାଂସଦ ଶଶି ଥରୁରଙ୍କ କଟାକ୍ଷ । କଂଗ୍ରେସ ର ସାଂସଦ ଶଶି ଥରୁର୍ ପ୍ରଧାନମନ୍ତ୍ରୀଙ୍କ ‘ଓ ମିତ୍ରୋଁ’ ଶବ୍ଦକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ଶଶି ଥରୁର୍ ପ୍ରରୋକ୍ଷରେ ପ୍ରଧାନମନ୍ତ୍ରୀଙ୍କ ‘ଓ ମିତ୍ରୋଁ’ କୁ ଓମିକ୍ରନ୍ ଠାରୁ ଅଧିକ ବିପଦ ଓ ଏହାର କୌଣସି ଟିକା ନାହଁ ବୋଲି କହିଛନ୍ତି ।

ନିର୍ବାଚନ ରାଲି ଏବଂ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ସାଧାରଣତଃ ‘ମିତ୍ରୋଁ (ବନ୍ଧୁଗଣ)’ ବୋଲି ସମ୍ବୋଧିତ କରନ୍ତି । ଆଉ ଏହି ‘ମିତ୍ରୋଁ’ ଶବ୍ଦକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି । ଏପରି ସମ୍ବୋଧନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରି ଥରୁର କହିଛନ୍ତି ଯେ କରୋନା ର ଓମିକ୍ରନ୍ ଠାରୁ ‘ଓ ମିତ୍ରୋଁ’ ଅଧିକ ବିପଜ୍ଜନକ ।

କଂଗ୍ରେସ ସାଂସଦ କହିଛନ୍ତି ଯେ ‘ଓ ମିତ୍ରୋଁ’ ‘ ଏପରି ଏକ ବିପଜ୍ଜନକ ଭାଇରସ୍, ଯାହାର କୌଣସି ଅନ୍ତ ନାହିଁ । ସୋମବାର ଦିନ ଶଶି ଥରୁର ଟୁଇଟ୍ କରି କହିଛନ୍ତି – ଓମିକ୍ରନ୍ ଅପେକ୍ଷା ‘ହେ ‘ମିତ୍ରୋଁ’ ‘ ଅଧିକ ବିପଜ୍ଜନକ । ଏହାର ପରିଣାମ ମଧ୍ୟ ଆମେ ସାମ୍ନା କରୁଛୁ । ପ୍ରତିଦିନ ସାମ୍ପ୍ରଦାୟିକତା, ଧ୍ରୂବୀକରଣ ଏବଂ ଘୃଣା ବୃଦ୍ଧି ପାଉଛି । ସମ୍ବିଧାନ ଏବଂ ଗଣତନ୍ତ୍ର ଦୁର୍ବଳ ହେଉଛି ।

ପେଗାସସ୍ ଉପରେ ନୂଆ ଖୁଲାସା ପରେ କଂଗ୍ରେସ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଥରୁର । ନିକଟରେ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଛି ଯେ ମୋଦି ସରକାର ପ୍ରାୟ ୧୫ ହଜାର କୋଟି ର ଡିଲ୍ ଅନୁଯାୟୀ ଇସ୍ରାଏଲରୁ ପେଗାସସ୍ ସ୍ପାଏୱେୟାର କିଣିଛନ୍ତି ।

୨୦୧୭ ରେ ଏହି ଚୁକ୍ତି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଇସ୍ରାଏଲରେ ଥିଲେ । ଏହା ପରେ ଇସ୍ରାଏଲର ତତ୍କାଳୀନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଭାରତ ଗସ୍ତ କରିଥିଲେ । ଏହି ରିପୋର୍ଟ ପ୍ରସାରିତ ହେବା ପରେ ଭାରତୀୟ ରାଜନୀତିରେ ଚହଳ ସୃଷ୍ଟି କରିଛି ।