ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାସିଂହପୁର, ତା-(୨/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇଁ ପଞ୍ଚାୟତ ସଦର ମହକୁମା ସ୍ଥିତ ପେଟ୍ରୋଲ ପମ୍ପ ପାଖରେ ନିର୍ବାଚନ ପାଈଁ ବି ଜେ ପି ପକ୍ଷରୁ ଅସ୍ଥାୟୀ କାର୍ଯ୍ୟାଳୟ ଊଦଘାଟିତ ହୋଇ ଯାଈଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ବି ଜେ ପି ର ପୂର୍ବତନ ଜିଲ୍ଲା ସଭାପତି ଶିବଶଙ୍କର ଉଲ୍ଲକା ଓ ଜିଲ୍ଲା ମହିଳା ମୋର୍ଚ୍ଛା ସଭାପତି ରଞ୍ଜନା ଉପାଧୟ, ରାଜ୍ୟ କରାଣୀ ସଦସ୍ୟ ଜାଡ଼ି ବାବୁ ରାଓ, ଜିଲ୍ଲା ସମ୍ପାଦକ କୃଷ୍ଣ ସାମଲ, ଜିଲ୍ଲା ପରିଷଦ ପ୍ରାଥି ଅନୁସାୟା ନୀଳଗିରି କ ଜୋନ ମଣ୍ଡଳ ସଭାପତି ରାମାରାଓ କାଡ୍ରାକା ଆନୁଷ୍ଟାନିକ ଭାବେ ଯୋଗଦେଈ ଶୁଭ ଊଦଘାଟନ କରିଥିଲେ । ଏହାପରେ ନିର୍ବାଚନ ପ୍ରଚାର ମଈଦାନ ରେ ଜୋର ସୋର ପ୍ରଚାର ପାଇଁ ଓଲ୍ଲାଈଛନ୍ତି । ଭାରତୀୟ ଜନତା ପାର୍ଟି ର ଜିଲ୍ଲା ପରିଷଦ ପ୍ରାଥି ଅନୁସାୟା ନୀଳଗିରି ,ପ୍ରଥମେ ମନ୍ଦିର ରେ ପୂଜା ଅର୍ଚ୍ଚନା କରି ଆଶ୍ରିବାଦ ନେଇଛନ୍ତି ।
ଏଥର ଓବିସି ଆସନ ଥିବାରୁ କଲ୍ୟାଣସିଂହପୁର “ଖ” ଜୋନ ପାଇଁ ଭାରତୀୟ ଜନତାପାର୍ଟି ତରଫରୁ ଜିଲ୍ଲା ପରିଷଦ ପ୍ରାଥୀ ହୋଇ ଛନ୍ତି ଶ୍ରୀମତୀ ଅନୁସାୟା କେନ୍ଦ୍ର ସରକାର ନରେନ୍ଦ୍ର ମୋଦିଙ୍କ ସୁଃଶାସନ ଓ ଲୋକାଭିମୁଖୀ ଯୋଜନା କୁ ନେଇଁ ଲୋକ ଙ୍କ ପାଖରେ ପହଞ୍ଚେଇ ଭୋଟ ଭିକ୍ଷା କରିଛନ୍ତି । ବିଜୟୀ ହେଲେ କେନ୍ଦ୍ରସରକାର ଙ୍କ ଯୋଜନା ର ସଫଳ ରୂପାୟନ କରିବା ସହ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଭଳି ଲୋକ ଙ୍କ ମୌଳିକ ଅଧିକାର ପ୍ରତି ବିଶେଷ ଦୁଷ୍ଟି ଦେବେ ବୋଲି ପ୍ରତିଶୃତି ଦେଈଛନ୍ତି ।
ଅନ୍ୟ ପଟେ ବିଜୁଜନତା ଦଳ ର ପ୍ରାଥୀ ହୋଇଛନ୍ତି ବୋମି ଗୋୖରୀ ଦେବୀ ସେହିପରି କଂଗ୍ରେସ ର ସ୍ବାତି ସାତନ ଙ୍କ ତାଙ୍କର ମଧ୍ଯ ଊକ୍ତ ଜୋନ୍ ରେ ବେଶ୍ ଦବ୍ ଦବା ରହିଥିବା ଜଣାପଡିଛି ସେ ମଧ୍ୟ ନିଜର ସମର୍ଥକ ଙ୍କୁ ଧରି ପ୍ରଚାର ରେ ଲାଗିପଡିଥିବା ଦେଖି ବାକୁ ମିଳିଛି । ୨୦ ପେବୃୟାରୀ ପରେ ଜଣାପଡିବ କିଏ ବାଜୀ ମାରୁଛି ।