ରାଇକିଆ ବ୍ଲକ୍ ରେ ବିଜେପି ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

0
141
ରାଇକିଆ ବ୍ଲକ୍

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨/୨) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ମଣ୍ଡାକିଆ ଠାରେ ବିଜେପି ର ବ୍ଲକ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଅଛି ।

ରାଇକିଆ ବ୍ଲକ୍ ର ମଣ୍ଡଳ ସଭାପତି ନାରାୟଣ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଲୋଚନ ଦାସ, ଜିଲା ସଙ୍ଗଠନ ସମ୍ପାଦକ ମାନ ଗୋବିନ୍ଦ ପ୍ରଧାନ ଯୋଗ ଦେଇ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଉଭୟ ୧୭ ଓ ୧୮ ନଂ ଜୋନରେ ଜିଲ୍ଲା ପରିଷଦ ସଭ୍ୟ ପଦବୀ ଯେପରି ଦଳ ହାତେଇ ପାରିବ ସେ ନେଇ ରଣ କୌଶଳ ପ୍ରସ୍ତୁତ କରିବା ସହ ସମସ୍ତ କର୍ମୀ ଯେପରି ଏକଜୁଟ ହୋଇ କାମ କରିବେ ସେ ନେଇ କର୍ମୀ ଙ୍କୁ ଉତ୍ସାହିତ କରିଥିଲେ । ବୈଠକ ରେ ୧୭ ନଂ ଜୋନ ପ୍ରାର୍ଥୀ ସନ୍ତୋଷ ଲେଙ୍କା ଙ୍କ ସମେତ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ ।