ଭାରତରେ ଖୁବଶୀଘ୍ର ଆସିବ ଡିଜିଟାଲ କରେନ୍ସି : ଜାଣନ୍ତୁ, ଏହା କଣ ?

0
161
ଭାରତରେ ଖୁବଶୀଘ୍ର ଆସିବ

ରିପୋର୍ଟ : ଆରୁଶ୍ରୀ //
ନୂଆଦିଲ୍ଲୀ, (୦୩/୦୨) : ଭାରତରେ ଖୁବଶୀଘ୍ର ଆସିବ ଡିଜିଟାଲ କରେନ୍ସି । ଏ ନେଇ ଗତକାଲି ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତୀରମଣ ନିଜ ଅଭିଭାଷଣରେ ଉଲ୍ଳେଖ କରିଛନ୍ତି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୨-୨୩ ଆର୍ଥିକ ବର୍ଷରେ ବ୍ଲକଚେନ ଟେକ୍ନୋଲୋଜି ସାହାଯ୍ୟରେ ଭାରତରେ ଖୁବଶୀଘ୍ର ଆସିବ ବୋଲି ଜଣାପଡିଛି ଏବଂ ଆରବିଆଇର ବାଲାନ୍ସ ସିଟରେ ମଧ୍ୟ ଏହାର ତଥ୍ୟ ରହିବ ବୋଲି ବୋଲି ଜଣାପଡିଛି । ଡିଜିଟାଲ କରେନ୍ସି ଜାରି ହେବା ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା ଆହୁରି ମଜଭୁତ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ତେବେ ଏହି ଡିଜିଟାଲ କରେନ୍ସି ମାନେ କଣ ? ଏହା କେମିତି କାମ କରେ ? ମିଳିଥିବା ସୂଚନା ମୁତାବକ, ଡିଜିଟାଲ କରେନ୍ସି ର ପୂରା ନାଁ ହେଉଛି ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି । ଡିଜିଟାଲ କରେନ୍ସି ଦୁଇ ପ୍ରକାରରେ ଜାରି ହୋଇଥାଏ । ଗୋଟିଏ ରିଟେଲ ଡିଜିଟାଲ କରେନ୍ସି ଓ ଆଉ ଗୋଟେ ହୋଲସେଲ ଡିଜିଟାଲ କରେନ୍ସି । ରିଟେଲ ଡିଜିଟାଲ କରେନ୍ସି ସାଧାରଣତଃ ସାଧାରଣ ଲୋକ ଓ କମ୍ପାନୀ ମାନେ ବ୍ୟବହାର କରିପାରିବେ ଓ ହୋଲସେଲ୍ କରେନ୍ସି ବଡ ବାଣିଜ୍ୟିକ କମ୍ପାନୀମାନେ ବ୍ୟବହାର କରିବେ ବୋଲି ଜଣାପଡିଛି ।