ବିଜେଡି ଦଳ ର ପ୍ରାଥମିକ ପଦବୀରୁ ଇସ୍ତଫା ଦେଲେ ବରିଷ୍ଟ ନେତା ମନୋଜ ମହାପାତ୍ର

0
187

ରିପୋର୍ଟ : ଏନ.ସନ୍ତୋଷ କୁମାର
କୋରାପୁଟ, ବୈପାରୀଗୁଡା, (୧୩/୦୭) : ବୈପାରୀଗୁଡା ବ୍ଲକ ବିଜୁ ଜନତା ଦଳର ପ୍ରାଥମିକ ପଦବୀରୁ ଇସ୍ତଫା ଦେଲେ ବରିଷ୍ଟ ନେତା ମନୋଜ ମହାପାତ୍ର l

ତାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥତା ଯୋଗୁଁ ଏହିପରି ପଦକ୍ଷେପ ନେଇଥିବା ବିଜେଡି ଦଳ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କୁ ୱାଟ୍ସଅପ ମାଧ୍ୟମରେ ଲିଖିତ ସୂଚନା  ପ୍ରଦାନ କରାଯାଇଥିବା  ଜଣା ପଡିଛି l ଶ୍ରୀ ମହାପାତ୍ର ଦଳର ଜଣେ ବରିଷ୍ଟ ଦକ୍ଷନେତା ଥିବାସହ  ପୁର୍ବତନ ବ୍ଲକ  ସଭାପତି, ସାଂସଦ ପ୍ରତିନିଧି, ବିଧାୟକ ପ୍ରତିନିଧି ରୂପେ ଦାଇତ୍ୱ ତୁଲାଇଛନ୍ତି l

ଆଜି ସେ ଇସ୍ତଫା ଦେବାପରେ ଦଳର ବହୁ କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l