୫୭ ନମ୍ବର ଜାତୀୟ ରାଜପଥରେ ସ୍କୁଟି ଓ଼ ମଟର ସାଇକେଲ ଧକ୍କାରେ ୧ ମୃତ ଓ଼ ୨ ଗୁରୁତର

0
280
୫୭ ନମ୍ବର ଜାତୀୟ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୦୪/୦୨) : ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବଡ଼ବନ୍ଧ ଛକ ଠାରେ ଶୁକ୍ରବାର ଦିନ ୧୨.୪୫ ସମୟରେ ସ୍କୁଟି ଓ ବାଇକ ଧକ୍କା ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି ।af6576fd d009 4f13 b4f8 98c929690054 ୫୭ ନମ୍ବର ଜାତୀୟ ରାଜପଥରେ ସ୍କୁଟି ଓ଼ ମଟର ସାଇକେଲ ଧକ୍କାରେ ୧ ମୃତ ଓ଼ ୨ ଗୁରୁତର

ସୂଚନା ମତେ ରାମ୍ବିକଟା ଗ୍ରାମର ଉପେନ୍ଦ୍ର ରଣା (୫୫) ନିଜ ସ୍କୁଟି (ଓଡ଼ି୨୭ସି୦୩୩୨) ଯୋଗେ ୫୭ ନମ୍ବର ଜାତୀୟ ରାଜପଥରେ ପୁରୁଣାକଟକ କୁ ମାର୍କେଟିଂ କରିବାକୁ ଆସିଥିଲେ । ସେ ନିଜର ମାର୍କେଟିଂ ସାରି ଘରକୁ କୁ ଫେରୁଥିବା ସମୟରେ ବଡ଼ବନ୍ଧ ଛକ ଠାରେ ତାଙ୍କୁ ପଛପଟୁ ଆସୁଥିବା ଏକ ପଲସର ବାଇକ (ଓଡ଼ି୧୨ଡ଼ି୯୧୨୭) ଓଭେଟେକ କରୁଥିବା ବେଳେ ଧକ୍କା ଦେଇଥିଲା । ଫଳରେ ଉପେନ୍ଦ୍ର ଗୁରୁତର ହାଇଥିଲେ । ପୁରୁଣାକଟକ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେଦ୍ର ରେ ଭର୍ତ୍ତି କକରିଥିଲେ । ସେଠାରେ ଡାକ୍ତର ଉପେଦ୍ର ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ପଲସର ଚାଳକ ଆଲୋକ ମଳିକ ଏବଂ ରାଜେଶ କହଁର ସାମନ୍ୟ ଆହତ ହୋଇଥିଲେ । ଆଲୋକ ଏବଂ ରାଜେଶ କୁ ପୁରୁଣା କଟକ ପୋଲିସ ଥାନା କୁ ନେଇ ତଦନ୍ତ ଜାରୀରଖି ଥିବା ବେଳେ ମୃତ ଉପେଦ୍ର ଙ୍କ ମରଶରୀର ବ୍ୟବଛେଦ ପାଇଁ ବୌଦ୍ଧ ପଠାଇଥିବା ସୂଚନା ମିଳିଛି ।