କାଶୀନଗର ବ୍ଲକରେ ୧୬୦ ବୁଥ୍ ରୁ ୨୯ ଟି ବୁଥ୍ ସମ୍ବେଦନଶୀଳ

0
165
କାଶୀନଗର ବ୍ଲକରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୬/୦୨) : ଗଜପତି ଜିଲ୍ଲା ର କାଶୀନଗର ବ୍ଲକରେ ଆସନ୍ତା ପଞ୍ଚାୟତ ନିର୍ବାଚନ ୧୬୦ ଟି ବୁଥ ରେ ୨୨ ତାରିଖ ରେ ଅନୁଷ୍ଠିତ ହେବ ।

ପ୍ରାପ୍ତ ସୂଚନା ଅନୁଯାୟୀ କାଶୀନଗର ବ୍ଲକରେ ୧୬୦ ବୁଥ ମଧ୍ୟରୁ ୨୯ ଟି ବୁଥ ସମ୍ବେଦନଶୀଳ ବୋଲି ନିର୍ବାଚନ ଅଧିକାରୀ ଡ଼ା.ଲକ୍ଷ୍ମୀ ପ୍ରସାଦ ସାହୁ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି । ଏହି ୨୯ ଟି ବୁଥ ଉପରେ କାଶୀନଗର ପୋଲିସ ସ୍ଵତନ୍ତ୍ର ଦୃଷ୍ଟି ରହିଛି ଓ ଫ୍ଲାଗ ମାର୍ଚ୍ଚ ମଧ୍ୟ କରାଯାଇଛି । କୌଣସି ଅପ୍ରିତୀକର ପରିସ୍ଥିତି କୁ ସାମ୍ନା କରିବାକୁ ଅତିରିକ୍ତ ପୋଲିସ ର ଆବଶ୍ୟକତା ରହିଛି ବୋଲି କଂଗ୍ରେସ୍ ଓ ବିଜେଡ଼ି ଦାବୀ କରିଛନ୍ତି । କାଶୀନଗର ବ୍ଲକ ରେ ୧୨ ଟି ପଞ୍ଚାୟତ ଓ ଏହାର ଦୈର୍ଘ୍ୟ ପ୍ରାୟ ୫୦ କିମି ହେବ ।

ବିଭିନ୍ନ ଦଳ ତରଫରୁ ପ୍ରଚାର ଜୋରଦାର ଲାଗିଛି । ଏ ଯାଏଁ କୌଣସି ଦଳ ନିର୍ବାଚନ ଆଚରଣ ଉଲଙ୍ଘନ ର ଦାବୀ କରିନାହାନ୍ତି । ଏଠାରେ ମୁଖ୍ୟତଃ ବିଜେଡ଼ି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । କଂଗ୍ରେସ୍ କେବଳ ଦୁଇଟି ପଞ୍ଚାୟତ ରେ ଦେଖା ଯାଇଛି । ଆଗାମୀ ୨୨ ତାରିଖ ରେ ଚିତ୍ର ସ୍ୱଷ୍ଟ ହେବ ।