ବିଶିଷ୍ଟ ସମାଜ ସେବୀ ତଥା ପୁରୁଣା ଖାଉଟି ଡିଲର ଙ୍କ ପରଲୋକ

0
262
ବିଶିଷ୍ଟ ସମାଜ ସେବୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୭/୦୨) : ଆଜି ସକାଳେ କାଶୀନଗର ର ପୁରୁଣା ଡିଲର ତଥା ଜଣେ ବିଶିଷ୍ଟ ସମାଜ ସେବୀ ରକକମ ଲକ୍ଷ୍ମଣ ରାଓ ଙ୍କ ଭୁବନେଶ୍ୱର ଠାରେ ମୃତ୍ୟୁ ଘଟିଛି ।

ବିଶିଷ୍ଟ ସମାଜ ସେବୀ ରକକମ ଲକ୍ଷ୍ମଣ ରାଓ ଙ୍କ ଆଜି ଭୁବନେଶ୍ୱର ଠାରେ ଥିବା ହାଇଟେକ୍ ହସ୍ପିଟାଲରେ ବୃଦ୍ଧ ଜନିତ ରୋଗ ରେ ପଡି ଚିକିତ୍ସା ହେଉଥିଲେ । ଆଜି ୭୫ ବର୍ଷ ରେ ତାଙ୍କ ଦେହାନ୍ତ ହୋଇଥିଲା । ସେ ଜଣେ ସମାଜ ସେବୀ ଓ ପୁରୁଣା ଖାଉଟି ଡିଲର ରହିଥିଲେ । ସେ ରାଶନ ଆସିଲେ ଘର ଘର ବୁଲି ଲୋକ ଙ୍କୁ ଡାକି ଆଣି ରାଶନ ଦେଇଥିଲେ । ଆଜି ସନ୍ଧ୍ୟାରେ ତାଙ୍କ ପାର୍ଥିବ ଶରୀର କୁ ନୂଆ କାଶୀନଗର ଠାରେ ଥିବା ସ୍ଵର୍ଗଦ୍ଵାର ଠାରେ ସବ ସତ୍କାର ହୋଇ ଥିଲା ।

ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ସମବେଦନା ଜଣାଇଛନ୍ତି । ହାଇଟେକ୍ ଚେୟାରମେନ ଡ଼ା ତିରୁପତି ପାଣିଗ୍ରାହୀ, ଗବରା ତିରୁପତି ରାଓ, ବିଧାୟକ କେ. ନାରାୟଣ ରାଓ, କାଶୀନଗର ର ପୂର୍ବତନ ଅଧ୍ୟକ୍ଷା ଏମ୍. ସୁଧା ରାଣୀ ଗଭୀର ସମବେଦନା ଜଣାଇଛନ୍ତି ।