ଗୁମ୍ମା ବ୍ଲକ ର ଝାମୀ ଗ୍ରାମ ରେ ହନୁମାନ ମନ୍ଦିର ପ୍ରତିଷ୍ଠା

0
138
ଗୁମ୍ମା ବ୍ଲକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୭/୦୨) : ଗଜପତି ଜିଲ୍ଲା ସଦର ମହକୁମା ର ଅତି ନିକଟରେ ଥିବା ଗୁମ୍ମା ବ୍ଲକ ର ଝାମୀ ଗ୍ରାମ ପଞ୍ଚାୟତ ର ଝାମୀ ଗ୍ରାମ ରେ ମହାବୀର ହନୁମାନ ଙ୍କ ପ୍ରତିଷ୍ଠା ଦିବସ ଆଜି ଅନୁଷ୍ଟିତ ହେଉଛି ।

ଏହି ପ୍ରତିଷ୍ଠା ଦିବସ ରେ ହାଇଟେକ୍ ଚେୟାର ମେନ୍ ତଥା ବିଶିଷ୍ଟ ଶିଳ୍ପପତି ଡ଼ା ତିରୁପତି ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ପ୍ର. ମରୁତ ପାଳ, ଆପା ରାଓ ଓ ବହୁ କର୍ମୀ ଓ ଭକ୍ତ ଯୋଗଦେଇ ଭଗବାନ ଶ୍ରୀ ହନୁମାନ ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ଗୁମ୍ମା ବ୍ଲକ ର ଆଖ ପାଖ ର ବହୁ ଭକ୍ତ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।