ସ୍ୱାମୀ ଓ ସ୍ତ୍ରୀ ଙ୍କ କଳହ ନେଇ ବିବାହିତା ମହିଳା ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ରେ ସ୍ୱାମୀ ଗିରଫ

0
155
ସ୍ୱାମୀ ଓ ସ୍ତ୍ରୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ସିନ୍ଧେକେଲା, ତା(୦୯/୦୩) : ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଲାଗିରହିଥିବା ବେଳେ ନିଜ ସ୍ୱାମୀ ତାଙ୍କ ସ୍ତ୍ରୀ କୁ ହତ୍ୟା କରିଦେଇଥିବା ପରି ଗୁରୁତର ଅଭିଯୋଗ ହୋଇଛି । ସୂଚନାନୁଯାୟୀ,କୋଦଣ୍ଡ ଓ ନନ୍ଦିନୀ ଙ୍କ ବିବାହ କୁ ୧୧ ବର୍ଷ ହୋଇଥିବା ବେଳେ ଗୋଟିଏ ଝିଅ ୯ ବର୍ଷ ଓ ଗୋଟିଏ ପୁଅକୁ ୪ ବର୍ଷ ହୋଇଛି ।

ତେବେ ନନ୍ଦିନୀ ଓ କୋଦଣ୍ଡ ଙ୍କ ବିବାହ ପରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା ବୋଲି ଲୋକେ ଚର୍ଚ୍ଚା କରୁଥିବା ଜଣାପଡିଛି । ଘଟଣା ସୋମବାର ସନ୍ଧ୍ୟାରେ ଘଟିଥଲା ନନ୍ଦିନୀ ଙ୍କ ବାପା ଲୋକନାଥ ପାଣିଗ୍ରାହୀ ରାତିରେ ସିନ୍ଧେକେଲା ଥାନାରେ ଯୋଜନା ବଦ୍ଧ ଭାବରେ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ପରେ ସିନ୍ଧେକେଲା ପୋଲିସ ଥାନା କେସ ନମ୍ବର ୨୪/୨୨ ରୁଜୁ କରି ସ୍ୱାମୀ କୋଦଣ୍ଡ ଯୋଶୀ କୁ ଅଟକ ରଖିଛି ।

ଏସଡିପିଓ ସୁରେନ୍ଦ୍ର ନାଥ ସତପଥି, ଥାନାଧିକାରି ଆଲୋକ ବେହେରା, ବଲାଙ୍ଗୀର ରୁ ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ମଙ୍ଗଳବାର ସକାଳେ ଭୁର୍ଷାଗୁଡା ପହଞ୍ଚି ମୃତ ଶରୀର ଥିବା ଘରକୁ ପଶି ଅନୁସନ୍ଧାନ ଆରମ୍ଭ କରିଥିଲେ । ଅଭିଯୋଗ ଅନୁଯାଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ଲାଗି ରହୁଥିଲା । ଏଥିପାଇଁ ବିଭିନ୍ନ ସମୟରେ ପୋଲିସ ପାଖକୁ ବି କଥା ଯାଇଥିଲା । ଏହି କିଛିଦିନ ତଳେ ନନ୍ଦିନୀ ତାଙ୍କ ବାପା ଘରେ ଥିବାବେଳେ କୋଦଣ୍ଡ ତାଙ୍କ ଘରକୁ ଆଣିଥିଲେ । ସୋମବାର ସଂଧ୍ୟାରେ ଘରେ ନନ୍ଦିନୀ ଓ ତାଙ୍କ ୪ ବର୍ଷର ପୁଅ ଘରେ ଥିବାବେଳେ ପୁଅ ଘର ବାହାରେ ପଡାରେ ଖେଳୁଥିଲେ ।

ତେବେ ସେହି ସମୟରେ ଘରକୁ ଆସିଥିବା କେହି ଜଣେ ସମ୍ପର୍କିୟ ନନ୍ଦିନୀ ମୃତ ଅବସ୍ଥାରେ ଘରେ ପଡ଼ି ଥିବା ଦେଖିବାକୁ ପାଇଥିଲେ । ତେବେ ମୃତ ଶରୀରରେ କୌଣସି ପ୍ରକାର ଚିହ୍ନ ଦେଖିବାକୁ ମିଳି ନ ଥିବା ଯୋଗୁଁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରିସରରେ ରହିଛି ଏବଂ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଏସଡିପିଓ ସୁରେନ୍ଦ୍ର ନାଥ ସତପଥୀ ସୁଚନା ଦେଇଛନ୍ତି । ଏ ନେଇ ନାନା ପ୍ରକାର ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରକୃତ ସତ୍ୟା ସତ୍ୟ କ’ଣ ସେ ନେଇ ବିଭିନ୍ନ ମହଲରେ ତଦନ୍ତ ପାଇଁ ଦାବି କରାଯାଉଛି ।