ଡିପ୍ଲୋମା ଛାତ୍ରୀ ନିଖୋଜ

0
149
ଡିପ୍ଲୋମା ଛାତ୍ରୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୦୨) : ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ଥାନା ଅଞ୍ଚଳ ରେ ଜଣେ ଡିପ୍ଲୋମା ଛାତ୍ରୀ ଗତ ୯ ତାରିଖରୁ ନିଖୋଜ ଥିବା ଜଣାଯାଇଛି ।

କାଶୀନଗର ବ୍ଲକ ର ବୁଦୂର। ଗ୍ରାମ ପଞ୍ଚାୟତ ର ଗୌରୀ ଗ୍ରାମ ର ଜଣେ ଡିପ୍ଲୋମା ଛାତ୍ରୀ ଛଦ୍ମ ନାମ କୌସିକା ଗୁଣୁପୁର ଠାରେ ଥିବା ବିଟସ କଲେଜ ରେ ଡିପ୍ଲୋମା ପାଠ ପଢୁଥିଲେ । ଗତ ୯ ତାରିଖ ସକାଳ ସାଢେ଼ ୭ଟା ରେ ନିଜ ଘରରୁ ବାହାରି ଥିଲେ, ସନ୍ଧ୍ୟା ୫ଟା ସୁଦ୍ଧା ତାଙ୍କ ମାଆ ତିରୁମାଲା ଆମ୍ମା ବାରମ୍ବାର ତାଙ୍କ ସହ ଫୋନ୍ ରେ ସମ୍ପର୍କ ରଖିଥିଲେ । ସେ ଟ୍ରେନ ରେ ଘରକୁ ଆସିଯିବେ ବୋଲି କହିଥିଲେ କିନ୍ତୁ ୫ଟା ରେ ଫୋନ୍ କରିବାରୁ ସେ ଘରକୁ ଫେରିବେ ନାହିଁ ବୋଲି କହି ଫୋନ୍ ସ୍ୱିଚ ଅଫ ବୋଲି କହିବା ରୁ ମାଆ ଙ୍କ ମନ୍ ଆନ୍ଦୋଳିତ ହୋଇଥିଲା ।

ସେ କାଶୀନଗର ଥାନାରେ ଏକ ନିରୁଧିଷ୍ଟ ମାମଲା ଦେଇଛନ୍ତି । ସେ ପୁଣି ଗୁହାରି କରିଛନ୍ତି କୌଣସି ସହୃଦୟ ବ୍ୟକ୍ତି ଠାବ କଲେ କାଶୀନଗର ଥାନା କୁ ଜଣାଇବା ପାଇଁ । ପୋଲିସ ତାଙ୍କ କାମ କରିଛନ୍ତି ଅନୁସନ୍ଧାନ ଜାରି ରହିଛି ।