ରାମନାଗୁଡା ତହସିଲଦାର ଙ୍କ ତରଫରୁ ୧୦ ଟି ବିଦ୍ୟାଳୟକୁ ଜମି ପଟ୍ଟା ପ୍ରଦାନ

0
144
ରାମନାଗୁଡା

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡ, ତା.(୧୫/୦୨) : ରାଜ୍ୟ ସରକାରଙ୍କ 5T ଅଧିନରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କର ପୂର୍ଣ୍ଣାଙ୍ଗ ପରିବର୍ତ୍ତନ କରାଯାଉଛି । ସେହି କ୍ରମରେ ରାମନାଗୁଡା ତହସିଲଦାର ଙ୍କ ତରଫରୁ ୧୦ ଟି ବିଦ୍ୟାଳୟକୁ ଜମି ପଟ୍ଟା ପ୍ରଦାନ କରାଯାଇଛି ।WhatsApp Image 2022 02 16 at 12.14.50 PM 1 ରାମନାଗୁଡା ତହସିଲଦାର ଙ୍କ ତରଫରୁ ୧୦ ଟି ବିଦ୍ୟାଳୟକୁ ଜମି ପଟ୍ଟା ପ୍ରଦାନ

ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କର ନିଜସ୍ୱ ପଟ୍ଟା (ROR) ଦେବାକୁ ରାଜସ୍ୱ ବିଭାଗ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଅଛି । ଏହା ଯଥାଶିଘ୍ର ଶେଷ କରିବାକୁ ତହସିଲଦାର ମାନଙ୍କୁ ଜଣାଇ ଦିଆଯାଇଅଛି । ରାମନାଗୁଡା ତହସିଲରେ ସମୁଦାୟ ୧୦୮ ଟି ବିଦ୍ୟାଳୟ ଅଛି । ଏଥିରେ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଅନ୍ତର୍ଭୂକ୍ତ । ଅନୁସନ୍ଧାନ ରୁ ଜଣାଯାଇଅଛି ଯେ କେବଳ ୪ଟି ବିଦ୍ୟାଳୟରେ ନିଜସ୍ୱ ରେକର୍ଡ ଅଛି ।

ଅନେକ ବଦାନ୍ୟ ବ୍ୟକ୍ତି ପୂର୍ବରୁ କେବଳ ମୌଖିକ ସୂତ୍ରରେ ବିଦ୍ୟାଳୟ ପାଇଁ ଜମି ଦାନ କରିଛନ୍ତି । ସେଥିରେ ବିଦ୍ୟାଳୟମାନ ଗଢି ଉଠିଛି । ପ୍ରଶାସନିକ ଓ ଶିକ୍ଷା ବିଭାଗର ଅବହେଳା ଯୋଗୁଁ ଉକ୍ତ ବିଦ୍ୟାଳୟ ମାନଙ୍କର ନିଜସ୍ୱ ରେକର୍ଡ ହୋଇପାରି ନାହିଁ । ଯାହା ଫଳରେ ସ୍କୁଲ ର ଭିତ୍ତିଭୂମି ଗଢି ଉଠିବାରେ ଅନ୍ତରାୟ ସୃଷ୍ଟି ହୋଇଅଛି । ୨୨ ଟି ସ୍କୁଲ ସରକାରୀ ଜାଗାରେ ଗଢି ଉଠିଛି କିନ୍ତୁ ଯଥାବିଧି ରେକର୍ଡ ହୋଇନାହିଁ ।

ଏଥି ପାଇଁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ର ମିଳିତ ପ୍ରୟାସରେ ସବୁ ସ୍କୁଲ ର (ROR) କରିବା ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ଯଥାଶୀଘ୍ର ସବୁ ସ୍କୁଲ ମାନଙ୍କର ନିଜସ୍ୱ ପଟ୍ଟା ହୋଇଯିବ । ୩୪ ଟି ସ୍କୁଲ ପ୍ରାଇଭେଟ ଜାଗାରେ ଗଢି ଉଠିଛି । ଦାତାମାନେ ମୌଖିକ ଦାନ କରିଥିଲେ ବି ବିଧିବଦ୍ଧ ରେଜିଷ୍ଟ୍ରେସନ୍‍ ଓ ରେକର୍ଡ ପ୍ରସ୍ତୁତି ହୋଇ ନ ଥିଲା । ବର୍ତ୍ତମାନ ର ଉତ୍ତରାଧିକାରୀ ମାନେ ଜାଣନ୍ତି ସେମାନଙ୍କର ପିତୃ ପୁରୁଷ ବିଦ୍ୟାଳୟ କୁ ସଂପୂର୍ଣ୍ଣ ଦାନ କରି ଦେଇଛନ୍ତି ।WhatsApp Image 2022 02 16 at 12.14.49 PM 1 ରାମନାଗୁଡା ତହସିଲଦାର ଙ୍କ ତରଫରୁ ୧୦ ଟି ବିଦ୍ୟାଳୟକୁ ଜମି ପଟ୍ଟା ପ୍ରଦାନ

ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଓ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ତତ୍ତ୍ୱାବଧାନରେ ତହସିଲଦାର ପ୍ରଭାତି ଝୋଡିଆ ସମସ୍ତ ଦାତା ତଥା ତାଙ୍କର ଉତ୍ତରାଧିକାରୀ ମାନଙ୍କୁ ସାକ୍ଷାତ କରିଥିଲେ । ଏଥିରେ ବ୍ଲକ ଶିକ୍ଷାଧିକାରୀ ସାହାଯ୍ୟ କରିଥିଲେ । ଏହି ତହସିଲଦାର ଦାତା ପୁନର୍ବାର ବିଧିବଧ ଭାବରେ ସଂପୃକ୍ତ ବିଦ୍ୟାଳୟ ମାନଙ୍କ ପାଇଁ ଜମି ରେଜିଷ୍ଟ୍ରେସନ୍‍ କରିଥିଲେ । ଏଥିରେ ଉପନିବନ୍ଧକ ଗୁଣୁପୁର ସହାୟତା ପ୍ରଦାନ କରିଥିଲେ । ପରେ ମ୍ୟୁଟେସନ କରାଯାଇ ୧୦ ଟି ବିଦ୍ୟାଳୟ କୁ ତହସିଲଦାରଙ୍କ ତରଫରୁ ପଟ୍ଟା ପ୍ରଦାନ କରାଯାଇଥିଲା ।

ସଂପୃକ୍ତ ଦାତା ତାଙ୍କର ଉତ୍ତରାଧିକାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଧନ୍ୟବାଦ, କୃତଜ୍ଞତା ଜ୍ଞାପନ ସହ ସମ୍ୱନ୍ଧନା କରାଯାଇଅଛି । ଏଠାରେ ସୂଚାଇ ଦେବାକୁ ଚାହେଁ ଯେ, ସରକାରଙ୍କ ତରଫରୁ ଶିକ୍ଷା ବିଭାଗ ସମସ୍ତ ରେଜିଷ୍ଟ୍ରେନ ଖର୍ଚ୍ଚ ବହନ କରିଥିଲେ, ବିଦ୍ୟାଳୟ ର ଉନ୍ନତିରେ ସମସ୍ତ ଦାତା ମାନେ ଆଗେଇ ଆସି ରେଜିଷ୍ଟ୍ରେନ୍‍ କରିବାକୁ ତହସିଲଦାର ନିବେଦନ କରିଅଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଫେରଦିନନ୍ଦ ଏକକା, ରାଜସ୍ୱ ସୁପ୍ରଭାଇଜର ଶରତଚନ୍ଦ୍ର ଆନନ୍ଦ, ରାଜସ୍ୱ ସହାୟକ ଗୁପ୍ତା ପ୍ରସାଦ ପାଣିଗ୍ରାହୀ, ବ୍ଲକ ଶିକ୍ଷା ଅଧିକାରୀ ସୁଜନ କୁମାର ମଲ୍ଲିକ, ଅତିରିକ୍ତ ଶିକ୍ଷା ଅଧିକାରୀ ଦାମୋଦର ହିମିରିକା ପ୍ରମୁଖ ସହଯୋଗ କରିଥିଲେ l