-5.7 C
Innichen
Thursday, August 18, 2022

ଲୋକନୃତ୍ୟରେ ଝଲସିଲା ସାଂସ୍କୃତିକ ମଞ୍ଚ – ସୋନପୁର

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ୨୦୨୧ ପ୍ରତିଯୋଗିତା
ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର,(୩୦/୯) : ଲୋକନୃତ୍ୟରେ ଝଲସିଲା ସାଂସ୍କୃତିକ ମଞ୍ଚ | ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ସୁବର୍ଣ୍ଣପୁର ଜିଲ୍ଲା କଳା ସଂସ୍କୃତି ସଂଘ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକ କଳା ଟ୍ରଫି ୨୦୨୧ ପ୍ରତିଯୋଗିତା କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ଲୋକନୃତ୍ୟରେ ଝଲସିଲା ସାଂସ୍କୃତିକ ମଞ୍ଚ | କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାସ , ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାର ଗୁରୁତ୍ୱ ତଥା କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଏହି ପ୍ରତିଯୋଗିତା ଗତକାଲି ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ୬ଟି ବ୍ଲକ ଓ ୩ ଟି ପୌରାଞ୍ଚଳର ୮ଟି ବିଭିନ୍ନ ସାଂସ୍କୃତିକ ଦଳ ଭାଗ ନେଇଥିଲେ। ଅନୁଷ୍ଠିତ ଲୋକ ନୃତ୍ୟ ପ୍ରତିଯୋଗିତାରେ ବିନିକା ବ୍ଲକ ର ରୁମୁକୁଝୁମାନା ପ୍ରଥମ, କୃଷ୍ଣଗୁରୁ ଦଳ ବଡବଜାର, ସୋନପୁର ଦ୍ଵିତୀୟ, ଆଞ୍ଚଳିକ କଳାକେନ୍ଦ୍ର, ତରଭା ପୌରାଞ୍ଚଳ ତୃତୀୟ ଭାବେ ଯୋଗ୍ୟବିବେଚିତ ହୋଇଛନ୍ତି l ପ୍ରତିଯୋଗିତାରେ ବିଚାରକ ଭାବେ ନାଟ୍ୟ କାର ଗଦାଧର ବାରିକ, ଯୁବ କଳାକାର ପ୍ରଦ୍ୟୁମ୍ନ ସାହୁ, ନୃତ୍ୟ ନିର୍ଦେଶକ ଚୌଧୁରୀ ବିଭାର, ଡ଼ଃ ଇତିଶ୍ରୀ ଦାସ, ଇପ୍ସିତା ମିଶ୍ର ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ l

Related Articles

Stay Connected

0FansLike
3,437FollowersFollow
20,000SubscribersSubscribe
- Advertisement -spot_img

Latest Articles