ଶୁଆପାବୁଲି ଗ୍ରାମରେ ମିଳିଲା ୧୦ ଫୁଟରୁ ଅଧିକ ଲମ୍ବର ବିରାଟକାୟ ବୋଡା ସାପ

0
275

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,ବାଉଁଶୁଣି,(୨୭/୦୭) : ବୌଦ୍ଧ ବ୍ଲକ୍ ମନୁପାଲି ଗ୍ରାମ ପଞ୍ଚାୟତ ଶୁଆପାବୁଲି ଗ୍ରାମରେ ଆଜି ବିରାଟକାୟ ବୋଡା ସାପ ଦେଖିବାକୁ ମିଳିଥିଲା l ସାପର ଲମ୍ବ ପ୍ରାୟ ୧୦ ଫୁଟରୁ ଅଧିକ ହେବ l ସାପଟି ଖାଦ୍ୟ ଅନ୍ୱେଷଣରେ ନିକଟସ୍ଥ ଜଙ୍ଗଲରୁ ଗାଆଁ ବସ୍ତି ଆଡକୁ ଚାଲି ଆସିଥିବା ହେତୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା l

ଶୁଆପାବୁଲି ଗ୍ରାମର ଯୁବକ ମାନେ ସାପକୁ ଜଙ୍ଗଲ ଆଡକୁ ଘଉଡ଼lଇ ଦେଇଥିବା ସୂଚନା ମିଳିଛି l ବର୍ଷାଦିନ ଆସି ଯାଇଥିବା ହେତୁ ଅନେକ ଜଙ୍ଗଲ ପାର୍ଶ୍ଵ ଗ୍ରାମଗୁଡିକ ଆଡକୁ ବିଭିନ୍ନ ବିରଳ ପ୍ରଜାତିର ସାପ ମାନେ ଚାଲି ଆସୁଛନ୍ତି | ସାପ କାମୁଡାରେ ଅନେକ ଲୋକ ମୃତାହତ ହେଉଥିବା ବେଳେ ଅନେକ ସାପଙ୍କୁ ଲୋକେ ମାରି ଦେଉଥିବା ଦେଖିବାକୁ ମିଳୁଛି |

ବନ ବିଭାଗ ଏ ସମ୍ପର୍କରେ ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଗ୍ରାମ ଗୁଡିକର ଜନସାଧାରଣଙ୍କୁ ସଚେତନ କରାଇବା ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି l