Friday, March 29, 2024

Top 5 This Week

Related Posts

ପୃଥିବୀ ଆଡକୁ ମାଡି ଆସୁଛି ସୌରଝଡ଼ : କାମ କରିବନି ମୋବାଇଲ ଓ ଟି.ଭି. ନେଟଓ୍ୱର୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୧୩/୦୭) : ପୃଥିବୀ ଆଡକୁ ମାଡି ଆସୁଛି ଶକ୍ତିଶାଳୀ ସୌରଝଡ଼ । ଘଣ୍ଟା ପ୍ରତି ୧୬ ଲକ୍ଷ ୯ ହଜାର ୩୪୪ କିଲୋମିଟର ବେଗରେ ପୃଥିବୀ ଆଡକୁ ବଢ଼ି ଆସୁଛି । ଏହି ସୌରଝଡ଼ ରବିବାର କିମ୍ବା ସୋମବାର କୌଣସି ବି ସମୟରେ ପୃଥିବୀ ସହ ଧକ୍କା ହୋଇପାରେ ।

ବୈଜ୍ଞାନିକମାନେ ଚେତାବନୀ ଦେଇ କହିଛନ୍ତି ଯେ, ପୃଥିବୀ ରେ ଏହି ଝଡ କାରଣରୁ ଉପଗ୍ରହ ସିଗ୍ନାଲରେ ମଧ୍ୟ ବାଧା ଆସିପାରେ । ଯେଉଁଥିରେ ବିମାନର ଉଡାଣ, ରେଡିଓ ସିଗ୍ନ।ଲ, ଯୋଗାଯୋଗ ଓ ପାଣିପାଗ ଉପରେ ପ୍ରଭାବ ଦେଖିବାକୁ ମିଳିପାରେ । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସାର ଅନୁମାନ ଅନୁଯାୟୀ, ଝଡ ଘଣ୍ଟା ପ୍ରତି ୧୬ ଲକ୍ଷ ନଅ ହଜାର ୩୪୪ କିମି ବେଗରେ ଆଗକୁ ମାଡି ଆସୁଛି । ଏହାର ବେଗ ଆହୁରି ମଧ୍ୟ ବଢିପାରେ ।

ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଯଦି ମହାକାଶରେ ସୌରଝଡ଼ ଆସେ ତେବେ ପୃଥିବୀ ପୃଷ୍ଠରେ ପ୍ରାୟ ସବୁ ସହରର ବିଜୁଳି କଟି ଯାଇପାରେ । ପାଣିପାଗ ଆଧାରିକ ଏକ ୱେବ୍ସାଇଟ୍ ଅନୁଯାୟୀ, ସୂର୍ଯ୍ୟର ବାୟୁମଣ୍ଡଳରୁ ଉତ୍ପନ ଏହି ସୌରଝଡ଼ କାରଣରୁ ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ପ୍ରଭୁତ୍ୱ ଥିବା ମହାକାଶର ଏକ ଅଞ୍ଚଳରେ ବହୁତ ପ୍ରଭାବ ଦେଖିବାକୁ ମିଳିପାରେ । ଉତ୍ତର କିମ୍ବା ଦକ୍ଷିଣ ଅକ୍ଷାଂଶରେ ରହୁଥିବା ଲୋକେ ରାତିରେ ସୁନ୍ଦର ଏବଂ ଉଜ୍ଜ୍ୱଳ ଆଲୋକ ଦେଖି ପାରନ୍ତି ।

ସୌରଝଡ଼ କାରଣରୁ ପୃଥିବୀର ବାୟୁମଣ୍ଡଳ ଗରମ ହୋଇଥାଏ,ଯାହାର ସିଧା ପ୍ରଭାବ ଉପଗ୍ରହ ଉପରେ ପଡିଥାଏ । ଏଥିରେ ଜି.ପି.ଏସ. ନେଭିଗେସନ, ମୋବାଇଲ ଫୋନ୍ ସିଗ୍ନ।ଲ ଓ ସାଟେଲାଇଟ୍ ଟି.ଭି. ରେ ବାଧା ଉତ୍ପନ ହୋଇଥାଏ । ପାୱାର ଲାଇନ୍ସରେ ବିଦ୍ୟୁତ୍ କ୍ଷୀପ୍ର ବେଗରେ ଆସିପାରେ, ଯେଉଁଥିରେ ଟ୍ରାନ୍ସଫର୍ମର ଉଡିପାରେ । କିନ୍ତୁ ଏହା ସାଧାରଣତଃ ବହୁତ କମ ଘଟିଥାଏ । କାରଣ ପୃଥିବୀ ପୃଷ୍ଠର ଚୁମ୍ବକୀୟ କ୍ଷେତ୍ର ଝଡ ବିରୋଧରେ ସୁରକ୍ଷା କବଚର କାମ କରିଥାଏ । ଏଥିସହ ଆଜିକାଲି କମ୍ପ୍ୟୁଟର ଅଟୋମେସନ ଉପରେ ନିର୍ଭରଶୀଳ ।

ତେଣୁ ବିଗତ ସୌରଝଡ଼ ତୂଳନାରେ ଏଥର ସୌରଝଡ଼ ର ପରିଣାମ କମ ଭୟାବହ ହୋଇପାରେ । ୧୯୮୯ରେ ଆସିଥିବା ସୌରଝଡ଼ କାରଣରୁ ବିଜୁଳି ଚାଲିଯିବାରୁ କାନାଡାର କ୍ୟୁବାକ ସହର ୧୨ ଘଣ୍ଟା ଧରି ଅନ୍ଧାରରେ ରହିଥିଲା । ଏଥିରେ ଲକ୍ଷାଧିକ ଲୋକଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିଥିଲା ।

Popular Articles