ଓମ୍ ଭ୍ୟାଲି ସ୍କୁଲ ଅଭିଭାବକ ସଙ୍ଘ ତରଫରୁ ଫିସ ବୃଦ୍ଧି ପ୍ରତ୍ୟାହାର ଦାବିରେ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ

0
155

ରିପୋର୍ଟ : ସୁନୀଲ ଆଚାର୍ଯ୍ୟ
ବଲାଙ୍ଗୀର,ଟିଟିଲାଗଡ଼, ତା(୨୮/୦୭) : କୋଭିଡ ସଂକ୍ରମଣ ସାରା ଦେଶ ତଥା ବିଶ୍ୱର ଆର୍ଥିକ ସ୍ଥିତି ଏବଂ ମେରୁଦଣ୍ଡକୁ ଦୋହଲାଇଦେଇଛି । ଧିରେ ଧିରେ ସ୍ଥିତି ସୁଧୁରିବା ବେଳେ ଘରୋଇ ତଥା ପ୍ରାଇଭେଟ୍ ସ୍କୁଲ ଫିସ ବୃଦ୍ଧି ଏବେ ଅଭିଭାବକମାନଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଟିଟିଲାଗଡ଼ ଓମ୍ ଭ୍ୟାଲି ସ୍କୁଲ ଉପରେ ମଧ୍ୟ ଏମିତି ଅଭିଯୋଗ ଆଣିଛନ୍ତି ଅଭିଭାବକ ସଙ୍ଘ

ଏ ନେଇ ସ୍ଥାନୀୟ ଅଫିସରସ କ୍ଲବରେ ସଂଘ ସଭାପତି ଶ୍ରୀ ଦେବ ଷଡଙ୍ଗୀଙ୍କ ସଭାପତିତ୍ୱରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଓମ୍ ଭ୍ୟାଲି ସ୍କୁଲ ଅଭିଭାବକ ସଂଘର ମୁଖ୍ୟ ମୁଖପାତ୍ର ଶ୍ରୀ ପ୍ରମୋଦ କୁମାର ପ୍ରଧାନ, ଲିଗାଲ ଏଡଭାଇଜର ଦେବେନ୍ଦ୍ର ମିଶ୍ର, ସଂଜୀବ କୁମାର ପାଢ଼ୀ, ପ୍ରବୀଣ ଦାସ, ଉପ ସଭାପତି ଶଙ୍କର ଅଗ୍ରୱାଲ, ସଂପାଦକ ଶଙ୍ଖନାଦମେହେର, ସହ ସମ୍ପାଦକ କୁନ୍ଦନ ସାହୁ ଉପସ୍ଥିତ ଥିଲେ ।

ସରକାରୀ ନିୟମ ନ ମାନି ଅଭିଭାବକ ମାନଙ୍କ ସହ ବିନା ଆଲୋଚନାରେ ଅହେତୁକ ଫିସ ବୃଦ୍ଧି ହେଉଛି ମୁଖ୍ୟ ସମସ୍ୟା ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସଭାପତି ଦେବ ଷଡ଼ଙ୍ଗୀ । ସ୍କୁଲ ତରଫରୁ ବାରମ୍ବାର ଆଡ଼ମିଶନ ପାଇଁ ମେସେଜ ଦେଉଥିଲେ, ଫିସ ବୃଦ୍ଧି ବିଷୟରେ ଅଭିଭାବକ ମାନେ ଏକଜୁଟ ହୋଇ ସ୍କୁଲ ପରିଚାଳନା କମିଟି ସହ ଆଲୋଚନା ପାଇଁ ଚେଷ୍ଟା କଲେ କିନ୍ତୁ କିଛି ସୁଫଳ ମିଳିଲା ନାହିଁ, ସ୍କୁଲ ଅଧ୍ୟକ୍ଷ ମଧ୍ୟ ନିଜ ହାତ ଟେକି ଚେୟାରମ୍ୟାନ ଙ୍କ ହାତରେ ଅଛି ବୋଲି କହିଥିଲେ ।

ସ୍କୁଲ କର୍ତ୍ତୃପକ୍ଷ ଏବଂ ମ୍ୟାନେଜମେଣ୍ଟ କଥା ନ ଶୁଣିବାରୁ ଅଭିଭାବକ ମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇ ୧୦ ତାରିଖ ଦିନ ଏକ ରିଟ ପିଟିସନ ଫାଇଲ କଲେ, ଏହାର ଶୁଣାଣି କରି ୧୫ ତାରିଖ ଦିନ ଏକ ନିଷ୍ପତ୍ତି ଆସିଲା, ନିଷ୍ପତ୍ତି ଆସିବା ପରେ ଅନଲାଇନ କ୍ଲାସରୁ ବଞ୍ଚିତ ଥିବା ଛାତ୍ର ଛାତ୍ରୀ ମାନେ ଅନଲାଇନରେ ପାଠ ପଢ଼ିବା ସୁଯୋଗ ପାଇଲେ ।

ଅଭିଭାବକ ସଂଘ ମାଗଣାରେ ପାଠ ପଢ଼ାଇବାକୁ ଚାହୁଁ ନାହାନ୍ତି କିନ୍ତୁ ଫିସ ନିର୍ଦ୍ଧାରଣ ଜିଲ୍ଳା ପ୍ରଶାସନ, ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ତଥା ସ୍କୁଲ ମ୍ୟାନେଜମେଣ୍ଟ ସହ ଅଭିଭାବକ ମାନଙ୍କ ସହ ବସି ଆଲୋଚନା କରି ନିୟମ କାନୁନକୁ ଆଖି ଆଗରେ ରଖି ଫିସ ନିର୍ଧାରଣ କଲେ ସମସ୍ତେ ଉପକୃତ ହେବେ ଅଭିଭାବକ ସଂଘର ମୁଖ୍ୟ ମୁଖପାତ୍ର ପ୍ରମୋଦ ପ୍ରଧାନ କହିଥିଲେ ।

ଓମ ଭ୍ୟାଲି ସ୍କୁଲ ତରଫରୁ ସେନିଟାଇଯେସନ ଫିସ ପ୍ରତ୍ୟାହୃତ ମଧ୍ୟ କରାଯାଇଛି । ପାଖାପାଖି ୮୦ ରୁ ଉର୍ଦ୍ଧ୍ୱ ପ୍ରତିଶତ ଅଭିଭାବକ ସ୍କୁଲ ଫିସ ଦେଇ ସାରିଲେଣି, ଏପରି କ୍ଷେତ୍ରରେ ଆଗକୁ ସ୍କୁଲ ମ୍ୟାନେଜମେଣ୍ଟ କଣ ପଦକ୍ଷେପ ଗ୍ରହଣ କରିବ ଦେଖିବାକୁ ରହିଲା ।

ସରକାର ଯେମିତି ପୂର୍ବ ବର୍ଷର ୧୫ ପ୍ରତିଶତ ଫିସ୍ ପ୍ରତ୍ୟାହାର ନିର୍ଦ୍ଦେଶ ଦେଇଥିଲେ, ଚଳିତ ବର୍ଷ ମଧ୍ୟ ଯଦି କିଛି ସେହିପରି ନିର୍ଦ୍ଦେଶ ଯାରିକଲେ ମଧ୍ୟବିତ୍ତ ପରିବାର ବହୁ ମାତ୍ରାରେ ଉପକୃତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

ସୁପ୍ରିମକୋର୍ଟ ର କୋଭିଡ-୧୯ ନିୟମ ଅନୁଯାୟୀ କୌଣସି ଘରୋଇ ଅବା ଅନ୍ୟ ଶିକ୍ଷା ଅନୁଷ୍ଠାନ ରେ ଫିସ ବୃଦ୍ଧି ଅବା ଫିସ ଆଦାୟ ନେଇ ଛାତ୍ର, ଛାତ୍ରୀ ଙ୍କୁ ପାଠ ପଢା ରୁ ବଞ୍ଚିତ ନ କରିବା ନିର୍ଦ୍ଦେଶ ସତ୍ୱେ ଏପରି ମନମୂଖୀ ଭାବେ ଅନଲାଇନ ପାଠ ପଢା ରୁ ବଞ୍ଚିତ କରିବା କେତେ ଯୁକ୍ତି, ଯୁକ୍ତ ?

ଅପର ପକ୍ଷରେ ଜିଲ୍ଲା ଶିକ୍ଷା ବିଭାଗ ଙ୍କ ନିକଟରେ ଅଭିଭାବକ ବାରମ୍ବାର ଆବେଦନ ସତ୍ତ୍ୱେ କୌଣସି ପ୍ରକାର ପଦକ୍ଷେପ ନ ନେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।