ଫାଇଲେରିଆ ରୋଗ ର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ

0
145
ଫାଇଲେରିଆ ରୋଗ ର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୭/୩) : ସୁବର୍ଣ୍ଣପୁର ଜିଲ୍ଲାରେ ଫାଇଲେରିଆ ରୋଗ ର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ମାର୍ଚ୍ଚ ୭ ରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ର ଆରମ୍ଭ ହୋଇ ଯାଇଛି l WhatsApp Image 2022 03 08 at 10.29.17 AM ଫାଇଲେରିଆ ରୋଗ ର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ

ଏହି ଅବସରରେ ଆଜି ସୋନପୁର ସହରାଞ୍ଚଳ ରେ ପ୍ରଥମେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଫାଇଲେରିଆ ରୋଗ ର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ଔଷଧ ବିତରଣ ଏବଂ ସାମୂହିକ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି l

ADPHO Vector Born Diseases ଡଃ ମଞ୍ଜୁରାଣୀ ସିଂ, VBD ପରାମର୍ଶ ଦାତା ଚନ୍ଦ୍ରଶେଖର ମିଶ୍ର, Supervisor ପ୍ରମୋଦ କୁମାର ସାହୁ, PCI ଜିଲ୍ଲା Co-ordinator ପ୍ରଶାନ୍ତ କୁମାର ପଣ୍ଡା, ଅଙ୍ଗନବାଡି କର୍ମୀ ସୌଦାମିନୀ ପାଣ୍ଡେ, ସ୍ଵୟଂ ସହାୟକ କର୍ମୀ ହେମଲତା ଶାଣ୍ଢ ପ୍ରମୁଖ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ କୁ ଯାଇ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ନିଶି ପୁନମ୍ ମିଞ୍ଜ୍ ସମେତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୌର ମଣି ହାଁସଦା, ଜିଲ୍ଲା କଲ୍ୟାଣ ଅଧିକାରୀ ପାଲାକା ରବିନ୍ଦ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ତଥା ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ସମସ୍ତ କର୍ମଚାରୀ ମାନଙ୍କୁ ଔଷଧ ବିତରଣ କରିବା ସହିତ ସାମୁହିକ ସେବନ କରାଇ ଥିଲେ l