ମାଟ୍ରିକ୍ ପରୀକ୍ଷା ପାଇଁ ତାରିଖ ଆସିଲା : ଯୁକ୍ତ ଦୁଇ ପରୀକ୍ଷା ହେବ କେବେ ?

0
138
ମାଟ୍ରିକ୍ ପରୀକ୍ଷା ପାଇଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୩/୦୩) : ମାଟ୍ରିକ୍ ପରୀକ୍ଷା ପାଇଁ ତାରିଖ ଆସି ସାରିଛି । ହେଲେ ଯୁକ୍ତ ଦୁଇ ପରୀକ୍ଷା କେବେ ହେବ ସେ ନେଇ ଘୋଷଣା ହୋଇ ନାହିଁ । ଯାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ।

ସେପଟେ ଯୁକ୍ତ ୨ ପରୀକ୍ଷା ଅଫଲାଇନରେ କରିବାକୁ ଯୋଜନା କରିଛି ସିଏଚଏସଇ । ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଖୁବଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । କେବେ ହେବ ଯୁକ୍ତ ଦୁଇ ପରୀକ୍ଷା ? ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏପ୍ରିଲ ୨୯ରୁ ମାଟ୍ରିକ୍ ପରୀକ୍ଷା ପାଇଁ ଘୋଷଣା ହେବା ପରେ କେବେ ହେବ ଯୁକ୍ତ ଦୁଇ ପରୀକ୍ଷା ? ଏହି ପ୍ରଶ୍ନ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମନରେ ଉଠିଛି ।

ରାଜ୍ୟରେ ୩ ଲକ୍ଷ ୧୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ଫର୍ମ ଫିଲପ କରିଛନ୍ତି । ଅଫଲାଇନ କିମ୍ବା ଅନଲାଇନ ମୋଡରେ ପରୀକ୍ଷା କରିବା ନେଇ ବିଭିନ୍ନ ଅଂଶୀଦାରଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା କରିଛି ସିଏଚଏସଇ । ସେଥିରେ ଅଫଲାଇନ ମୋଡରେ ପରୀକ୍ଷା କରିବାକୁ ଅଧିକାଂଶ ମତ ଆସିଥିବା ସୂଚନା ମିଳିଛି ।

ଚଳିତ ଶିକ୍ଷାବର୍ଷ ପାଇଁ ନୂତନ ପରୀକ୍ଷା ନୀତି ପ୍ରଚଳନ କରିଛି ସିଏଚଏସଇ । ପ୍ରଥମ ବର୍ଷରେ ତିନିଟି କ୍ୱାର୍ଟର ଏଣ୍ଡ ଓ ଗୋଟିଏ ଫାଷ୍ଟ ଟର୍ମ ଏଣ୍ଡ ପରୀକ୍ଷା କଲେଜ ପକ୍ଷରୁ କରାଯାଇଥିଲା । କ୍ୱାର୍ଟର ଏଣ୍ଡ ପରୀକ୍ଷା ପ୍ରଶ୍ନରେ ପାଠ୍ୟକ୍ରମ ର ପୁନରାବୃତ୍ତି ହୋଇ ନଥିଲା ବେଳେ ଫାଷ୍ଟ ଟର୍ମ ଏଣ୍ଡ ପରୀକ୍ଷାରେ ପ୍ରଥମ ବର୍ଷର ସମସ୍ତ ପାଠ୍ୟକ୍ରମ ଉପରେ ପ୍ରଶ୍ନ ଆସିଥିଲା ।

ସେହିଭଳି ଦ୍ୱିତୀୟ ବର୍ଷରେ ତିନିଟି କ୍ୱାର୍ଟର ଏଣ୍ଡ ପରୀକ୍ଷା ଏବଂ ଶେଷ ଟର୍ମ ଏଣ୍ଡ ପରୀକ୍ଷା କରାଯିବା ପାଇଁ ନିଷ୍ପତି ହୋଇଥିଲା । ପ୍ରଥମ ଓ ଦ୍ୱିତୀୟ ବର୍ଷ ପାଠ୍ୟକ୍ରମରେ ମଧ୍ୟ ୩୦ ପ୍ରତିଶତ ହ୍ରାସ କରାଯାଇଛି । ଯୁକ୍ତ ୨ ପରୀକ୍ଷା ଅଫଲାଇନରେ କରିବାକୁ ଯୋଜନା କରିଛି ସିଏଚଏସଇ । ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଖୁବଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।