ବଦଳିଲା FD ନିୟମ : ଆସନ୍ତା ମାସରୁ କ୍ରେଡିଟ୍ କାର୍ଡରେ କିଣାକିଣି ମଧ୍ୟ ହେବ ମହଙ୍ଗା

0
130
ବଦଳିଲା FD ନିୟମ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୩/୦୩) : ବଦଳିଲା FD ନିୟମ । ଏଫଡିରେ ନିବେଶ କରି ଯଦି ଭୁଲି ଯାଉଛନ୍ତି ତାହେଲେ ଆପଣ ମାନଙ୍କୁ ଏକ ବଡ଼ ଝଟକା ଲାଗିପାରେ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଫଡିର ନିୟମରେ ବଡ଼ ପରିବର୍ତ୍ତନ ଅଣାଯାଇଛି ।

ଯେଉଁଥିରେ ମ୍ୟାଚୁରିଟି ପରେ ଟଙ୍କା ରଖିଲେ କମ୍ ସୁଧ ମିଳିବ । ବର୍ତ୍ତମାନ ସମୟରେ ମ୍ୟାଚୁରିଟି ପରେ ଟଙ୍କା ନ ଉଠାଇଲେ ପରବର୍ତ୍ତୀ ଅବଧି ପାଇଁ ଏଫଡି ଅପଡେଟ୍ ହୋଇଯାଇଥାଏ । ସେହିପରି କ୍ରେଡିଟ୍ କାର୍ଡରେ ବି କମ୍ପାନି ଶୁଳ୍କ ବଢ଼ାଇବା ନେଇ ପ୍ରସ୍ତୁତି କରୁଛି ଯେଉଁଥିରେ ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପଡ଼ିବ । ବଦଳିଲା FD ନିୟମ, ଏହି ଖବର ମାଧ୍ୟମରେ ଆମେ ଆପଣ ମାନଙ୍କୁ ୨ଟି ତଥ୍ୟ ଦେବୁ ଯାହା ଆପଣଙ୍କ ନିବେଶ ଉପରେ ପ୍ରଭାବ ପକାଇବ ।

ଏଫଡି ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି ଆରବିଆଇ । ଏହା ଆଧାରରେ ମ୍ୟାଚୁରିଟି ପରେ ଯଦି ଆପଣ ଟଙ୍କା ବାହାର ନ କରୁଛନ୍ତି ତା’ ହେଲେ ଆପଣ କ୍ଷତି ର ସାମନା କରିବେ । ଏଥିରେ ମିଳୁଥିବା ସୁଧରେ ଆପଣ କ୍ଷତି ସହିବେ । ବର୍ତ୍ତମାନ ସମୟରେ ବ୍ୟାଙ୍କ ଲମ୍ବା ସମୟର ଏଫଡିରେ ୫ ପ୍ରତିଶତରୁ ଅଧିକ ସୁଧ ଦେଉଛନ୍ତି । ଯେତେବେଳେ କି ସଞ୍ଚୟ ଖାତାରେ ଦର ତିନିରୁ ୪ ପ୍ରତିଶତ ରହିଛି । ତେବେ ଏହି ନୂଆ ନିୟମ ସମସ୍ତ ବ୍ୟବସାୟିକ ବ୍ୟାଙ୍କ, କ୍ଷୁଦ୍ର ଋଣ ବ୍ୟାଙ୍କ୍ , ସହକାରୀ ବ୍ୟାଙ୍କ୍, ସ୍ଥାନୀୟ ବ୍ୟାଙ୍କରେ ଜମା ଉପରେ ଲାଗୁ ହେବ ।