ଗଜପତି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କୁ ଶପଥ ପାଠ କରାଇଲେ ଜିଲ୍ଲାପାଳ

0
160
ଗଜପତି ଜିଲ୍ଲାର ଜିଲ୍ଲା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୦୩) : ଗଜପତି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନୂତନ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ଗାବାରା ତିରୁପତି ରାଓ ଙ୍କୁ ଜିଲ୍ଲାପାଳ ଶପଥ ପାଠ କରାଇଛନ୍ତି ।

ପ୍ରକାଶ ଥାଉ କି ଜିଲ୍ଲାରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ୧୧ ଜଣ ଜିଲ୍ଲାପରିଷଦ ବିଜେଡ଼ି ପ୍ରାର୍ଥୀ ଜିତି ଆସିଥିଲେ । ସେମାନଙ୍କ ମଧ୍ୟରୁ ଶ୍ରୀ ଗାବାରା ତିରୁପତି ରାଓ ନିର୍ଦ୍ଵନ୍ଦରେ ଗଜପତି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଅଳଙ୍କୃତ କରିଥିଲେ । ଏଣୁ ଗଜପତିର ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ତାଙ୍କୁ ପଦ ଓ ଗୋପନୀୟତା ର ଶପଥ ପାଠ କରିଥିଲେ । ଆଗାମୀ ସପ୍ତାହ ରେ ଶ୍ରୀ ରାଓ ନିଜ କାର୍ଯ୍ୟାଳୟ ରେ ପ୍ରବେଶ କରିବେ ବୋଲି ଜଣା ଯାଇଛି । କାଶୀନଗର ବ୍ଲକ ର ବିଭିନ୍ନ ପଞ୍ଚାୟତ ତରଫରୁ ଶ୍ରୀ ତିରୁପତି ରାଓ ଙ୍କୁ ସମ୍ବର୍ଦ୍ଧନା କରାଯାଇଛି ।